ତିରିଡା, ବେଗୁନିଆପଡା, ଗଞ୍ଜାମ
ଉଛୁଳି ଉଠିଲା ମନ ବୃନ୍ଦାବନ
ବ୍ୟାକୁଳେ ରାଧିକା ମନ
ପ୍ରୀତିରେ ନିମଗ୍ନ ହେଲେ ଶ୍ୟାମଘନ
କରି ପ୍ରୀତି ଆଲିଙ୍ଗନ....
ସଞ୍ଜ ନଇଁଲାଣି ଜହ୍ନ ହସିଲାଣି
ଗୁମାନ ଭାଙ୍ଗଗୋ ରାଇ
କୁଞ୍ଜବନେ ବହେ ଶୀତଳ ସମୀର
ଅସ୍ଥିର ହୁଅ କିମ୍ପାଇଁ....
ମାନ ଅଭିମାନ ତେଜହେ ବହନ
ପ୍ରୀତିର ସୁମନ ନେଇ
ପିରତୀ ଚୁମ୍ବନେ ମନ ମୋହି ନେବି
କାହ୍ନା ସଦା ତୁମପାଇଁ.....
