ଭକ୍ତି ସୁମନ - ସନ୍ତୋଷ ପଟ୍ଟନାୟକ

0
ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା, ଗଞ୍ଜାମ

ଭକତି ସୁମନ କରେ ଅରପଣ
ଘେନହେ ନନ୍ଦ ନନ୍ଦନ
ସଂସାର ମରୁରେ ତୁମେ ମୋ' ଆସରା
ଚରଣେ ପ୍ରଣତି ଘେନ.....

ନିଶ୍ବାସକୁ ମୋର କି'ଅଛି ବିଶ୍ବାସ
ଅଢ଼େଇ ଦିନ ଜୀବନ
ମରଣ ଛୁଇଁଲେ ଶୂନ ଧନ,ଜ୍ଞାନ
ଯଶ ଆଉ ସ୍ବାଭିମାନ....


ମନ ବୃନ୍ଦାବନେ ଆସ ପ୍ରଭୁ ତୁମେ
ପ୍ରୀତିରେ କର ନିମଗ୍ନ
ଆଶାରେ ଆଶାରେ ଆଶା ମୋ' ବଳିଛି
ଆକୁଳିତ ମନପ୍ରାଣ.....

Post a Comment

0Comments
Post a Comment (0)