ଚକାପଦା, ବେଗୁନିଆ, ଖୋରଧା
ସଖୀ କି ଦିଶୁଛି ଶୋଭା
ସତେ କେଡ଼େ ମନ ଲୋଭା
କୁଞ୍ଜବନେ ଗୋପ ଶଶୀ ଉଦେ ହୋଇଛି ।।।
ହସ୍ତରେ ମୋହନ ବଂଶୀ
ମଥାରେ ଚନ୍ଦ୍ରିକା ଖୋସି
କର୍ଣ୍ଣେ ସୁବର୍ଣ୍ଣ କୁଣ୍ଡଳ ଶୋଭା ପାଉଛି ।।।
ପିନ୍ଧିଛି ସେ ପିତାମ୍ବରୀ
ସ୍କନ୍ଧେ ଲମ୍ବିଛି ଉତ୍ତରୀ
ତ୍ରିଭଙ୍ଗୀରେ ଉଭା ହୋଇ ମନ ମୋହୁଛି ।।।
ସଂଗେ ଗୋପର ସୁନ୍ଦରୀ
କି ରାଗେ ଗାଏ ବାଂଶୁରୀ
ପ୍ରକୃତି ପୁରୁଷ ସଂଗେ କେଳି କରୁଛି ।।।
କି ସୁନ୍ଦର ରୂପ କାନ୍ତି
ସର୍ବେ ମୋହିତ ହୁଅନ୍ତି
କର ହେ ମୋହିତ ମୋତେ (ତବ)ପଦେ ପଡୁଛି ।।।
ଘେନ ପ୍ରଣତି ମୋହର
ହେ ଗୋପ ନଟ ନାଗର
ଦାବାନଳେ କୀଟ ସମ ଜଳି ମରୁଛି ।।।
