ତିରିଡା, ବେଗୁନିଆପଡା, ଗଞ୍ଜାମ
ରଜନୀ ପାହିଲା ଅରୁଣ ଉଇଁଲା
ବଉଦେ ଜହ୍ନ ଲୁଚିଲା
ମଲ୍ଲୀ, ହେନା, ଚମ୍ପା କେତକୀ ବାସିଲା
କୁକ୍କୁଟ ରାବ ଶୁଭିଲା.....
ଶେଫାଳି ବିଚାରି ମହକାଇ ସାରି
ବୃନ୍ତରୁ ପତିତ ହେଲା
ଆମ୍ର ବାଟିକାରେ କୋଇଲି ସୁରିଲା
ଧରା ଝଲସି ଉଠିଲା....
ଓଁ କାର ନାଦରେ ମନ୍ଦିର କମ୍ପିଲା
ମନ ବିଭୁକୃପା ଇଛିଲା
ଅପରିଚିତର ପରିଚୟ ନେଇ
ଚକ୍ଷୁରୁ ଲହୁ ଝରିଲା.....
ମରମର ବ୍ୟଥା ମରମେ ମରିଲା
ଶରଣଟା ସାରହେଲା
ଦରଶନ ପାଇଁ ଭାବେ ଅଛି ଚାହିଁ
ତୁମ୍ଭକୃପା କିବା ନୋହିଲା.....
ଆକୁଳିତ ଅଶ୍ରୁ ପରାଣ ବିନୟେ
ତୁମରି ପ୍ରତିକ୍ଷା କଲା
ମମ ଇଛାପୂର୍ଣ୍ଣ କରହେ ଇଶ୍ବର
ମନ ଶିବ ଶିବ ସ୍ମରିଲା....
