ଦେଓକରଣ ବିଦ୍ୟାପୀଠ , ଲାଠିକତା, ସୁନ୍ଦରଗଡ
ଦୂରଭାଷ : ୯୦୯୦୭୪୦୫୦୧
ଆହୁରି ଦୁଇ ମାଇଲି ବାଟ
ବାକି ରହିଲାଣି,
ତଥାପି ମୁ ଏଯାଏଁ ଥକିନି
କିନ୍ତୁ ଥକି ଗଲେଣି
ମୋ ସହ ପାଦ ମିଳେଇ
ଚାଲୁଥିବା ସୁଦୀର୍ଘ ରାସ୍ତାମାନ !
ସତେ ଯେପରି କାନ୍ଦୁଛନ୍ତି
ବାହୁନି ବାହୁନି ମୋ ସାଥେ
ପାଦ ମିଳେଇ ଚାଲିବାକୁ
ଏ କଠୋର ଗ୍ରୀଷ୍ମର ତାତି ଖରାରେ !
ସମୟର ବି ମୋ ସହ
ଲୁଚକାଳୀ ଖେଳ ଚାଲିଛି
କେତେବେଳେ ମରୀଚିକାର ଅଶ୍ରୁ ତ
ପୁଣି କେତେବେଳେ
ଅଣନିଶ୍ୱାସୀ ଥୁଣ୍ଟା ତାଳଗଛ ପରି !
ଶେଷରେ ପାଦ ଥାପିଲି
ଶ୍ୱେତ କଂକ୍ରିଟ ଦାଣ୍ଡରେ
ବିଜୁଳି ଆଲୋକରେ ସୁସଜ୍ଜିତ
ଧୂଳିଧୂସର ପିଲାଦିନର ଗାଁ
ମତେ ଯେମିତି ଅସ୍ଥିର ଭରା
ହସି ଦେଉଛି !!
ମୁଣ୍ଡ ଉପରେ ବିସ୍ତୀର୍ଣ୍ଣ ନୀଳ ଆକାଶ
ମତେ ଯେପରି ନମସ୍କାର ଜଣାଉଛି !
ଆଖିରୁ ଖଣ୍ଡ ଖଣ୍ଡ କଳା ବାଦଲ
ବର୍ଷା ଆକାରରେ ଭୁପୃଷ୍ଠ ରେ ପଡ଼ିବାକୁ ଉତଫୁଲ୍ଲିତ !
ଥକାସବୁ ମେଣ୍ଟିଗଲା
ଆଉ ପବନରେ ଦୋଳାୟମାନ
ଦୁଇପାର୍ଶ୍ୱର ଚିରସବୁଜ ବୃକ୍ଷମାଳା ଖୁସିରେ
ଆକାଶକୁ ଲମ୍ଫ ପ୍ରଦାନ କରୁଛନ୍ତି !!!
ଖାଲି ମୁଁ ଜାଣେ ଏ ସ୍ମାର୍ଟ ଗାଁ
ଅନୁଭୂତି ଭରା ରତଳାଙ୍ଗ ଯା'ର ନାଁ !!!
