ଚା’ କପ୍ ରୁ ଆରମ୍ଭ - ନରେଶ କୁମାର ବେହେରା

0
ନରେଶ କୁମାର ବେହେରା (ଗଞ୍ଜାମର କବିତାଘର)
ବସୁଧା କମ୍ପୁଟର, ଗୋଇଲୁଣ୍ଡି ମେନ ରୋଡ, ବ୍ରହ୍ମପୁର, ଗଞ୍ଜାମ
ଦୂରଭାଷ : ୭୮୦୯୮୭୨୪୮୩

ସମଝୋତାର ଦୀପବତୀ ନ’ ଜାଳୁ ସନ୍ଦେହ
ପାଞ୍ଚ ମିନିଟର ଗପସପ
ଏକ କପ୍ ଚା’ ବା କଫିରୁ ପ୍ରାରମ୍ଭ
ସମ୍ପର୍କର ନୂଆ ଝଡ, ନୁହେଁ କେଉଁ ସୃଷ୍ଟି
ବରଂ ପ୍ରଳୟର ଶାନ୍ତ ଶୁଭେଚ୍ଛା
ଅସରନ୍ତି ଆଶା ଓ ନିରାଶାରେ ଉବୁଟୁବୁ
ଏ ମାନବ ...
ଅଜ୍ଞାନର ଅନ୍ଧକାରେ ସଦା ଚେଷ୍ଟିତ
ସଂଶୋଧନ କରିବାକୁ, ଭୁଲ ସବୁ ନିର୍ଣ୍ଣୟ...
ଜାଣେନା ଯେ ଏହାର ଅନ୍ତ ଅଟେ ନିଶ୍ଚୟ ॥

କାରଣ’ଟା ଅତି ସରଳ ଓ ତୀକ୍ଷଣ
ସେ ଚାହେଁ ସଦା ଏକ ପ୍ରେମର
ଅପୂର୍ବ ଜ୍ୟୋତି
ନିଆରା ସୃଷ୍ଟି
ଅଦ୍ଭୁତ, ଅଲୌକିକ ଯାତ୍ରୀ
ପାରିହେବାକୁ ଏ ଯୁଗର
କଣ୍ଟକିତ ପଥ,
ଦେଇ ଯେ ସନ୍ଦେଶ ସଭିଙ୍କୁ
ସମ୍ପର୍କର ଏକ ନୂଆ ଉପହାର ॥


ମୁଁ ଜାଣେ ସେ ଶାସ୍ତ୍ରର ଗାଥା
ବୟସ, ପ୍ରଭେଦ, ବନ୍ଧୁତ୍ଵର ବ୍ୟଥା
ପୂର୍ବୁ କଲ୍ପିତ, ଜଳ୍ପିତ ଚଳଣି
ନୁହେଁ ସେ ଆଜିର ଢଳନୀ
ପ୍ରେମ ଏଠି ଭାରି ଗଂଭୀର
ସକାଳ, ସଞ୍ଜ, ଦ୍ଵିପହର
ଯଦିଓ ନାହିଁ ପ୍ରେମ ଆଜି ଶାଶ୍ଵତ
ତଥାପି ଅମୂଲ୍ୟ ସେ ସମ୍ପର୍କ ॥

Post a Comment

0Comments
Post a Comment (0)