ସାହା ହେବ ବିଶ୍ଵନାଥ - ଗଗନ ବିହାରୀ ନାୟକ

0
ଗଗନ ବିହାରୀ ନାୟକ
ଭୁବନେଶ୍ଵର-୧୬

ଦୁଃଖକୁ ନିକଟେ ଦେଖି ଆସିଛି ମୁଁ
ଚାଖିଛି ତାହାର ସ୍ଵାଦ,
ଅରପି ଦେଇଛି ସବୁ ତୋ’ପାଦେ
ଭୁଲି ମନୁ ଅବସାଦ ।
ବଜେଇ ଦେ... ଜୟ ଧ୍ଵନୀ... ଶଙ୍ଖ ନାଦ ॥0॥

ଅଜାଡି ଦେଇଛି ସଜାଡିବା ପାଇଁ
ମୋ ଜୀବନ ଚଲାପଥ
ଚାଲିଛି ସେ’ପଥେ ଉଠି ପଡି କେତେ
ଡାକି ଜୟ ଜଗନ୍ନାଥ..
ଜୟ ପରାଜୟ... ଯୁଦ୍ଧରେ ବିଜୟ
ଆଶାକରେ ଆଶୀର୍ବାଦ ॥୧॥


ହତାସ ହୋଇ ମୁଁ ବସିତ ଯାଇନି
ପାଇ କ୍ଳାନ୍ତ ପଥ ଭରା
ନିର୍ଭୀକ ପଥିକ ଅଭୟ ତୁ’ମୋର
ହେଉ ଯେତେ ପଥେ ଖରା
ଶକତି ଦାତା ମୋ' ମୂକତିର ପଥେ
ସାହା ହେବ ବିଶ୍ଵନାଥ ॥୨॥

Post a Comment

0Comments
Post a Comment (0)