ବ୍ରାହ୍ମଣକୁଶଡିହ, ବାଲୁଗାଁ, ଖୋରଧା
ମନ ଝରକା ଡେଇଁ
ଚାନ୍ଦର ଟିକିଲି ନାଇ
ପହିଲି ଫଗୁଣ ରହିଛି କାନେଇ
କୋଇଲି ର କୁହୁ ପାଇଁ ।।
ମେଘ ର କୋଳ ରୁ ଇନ୍ଦୁ
ଡେଇଁ ଚାହେଁ ସପ୍ତସିନ୍ଧୁ
ସୁନେଲି କିରଣ ରକ୍ତିମ ଆଭା ରେ
ମୁକୁତା କାକର ବିନ୍ଦୁ ।।
ମୋ ଜୀବନ ଯମୁନାରେ
ଆଶା ର ଜୁଆର ଖେଳେ
କଅଁଳ ମନର ନରମ ସେନେହେ
ରଙ୍ଗ ଅବିର କୁ ଵୋଳେ ।।
ଦୁଃଖ ଦରଜା କୁ ଠେଲି
ସୁଖ ର ପସରା ମେଲି
ସାହାନାଇ ଫୁଙ୍କି ଆସିବ ଚଇତି
ଚାଖିବ ନିମ ଚକୁଳି ।।
ଜୋଛନା ର ଶାଢ଼ୀ ପିନ୍ଧି
ଗଭା ରେ ଗଜରା ବାନ୍ଧି
ବସନ୍ତ ପାଇଁ ମୁଁ ବାସନ୍ତୀ ସାଜିବି
କୁସୁମ ଡୋରୀ ରେ ଛନ୍ଦି ।।
