କୁଣ୍ଡିଲୋ, କେରଙ୍ଗ, ଖୋରଧା
କେତେ ଯେ ଫଗୁଣ ଆସିଛି ଜୀବନେ
ଏସନ ଫଗୁଣ ନୂଆ
ତୁମକୁ ପାଖରେ ପାଇଗଲା ପରେ
ମନ ହୁଏ ଅମାନିଆଁ ।
କିଛିନାହିଁ ଲୋଡା ଖାଲି ତୁମଛଡା
ତୁମେ ମୋର ସବୁକିଛି
ବହୁ ବିଳମ୍ବରେ ହେଉପଛେ ପ୍ରିୟା
ତୁମକୁ ପାଖେ ପାଇଛି ।
ଏ ଫଗୁଣ ମୋର ସ୍ମୃତି ପାଲଟିବ
ପାଇ ତୁମ ଓଠ ଛୁଆଁ
କେତେ ଯେ ଫଗୁଣ...
ବିରହ ଜୀବନେ ମିଳନ ଭରିଲ
ତୃଷାର୍ତ୍ତକୁ ଜଳ ଦେଇ
ଅଧୁରା ଅଧୁରା ସପନ ଗୁଡାକ
ସତ ହେଲା ତୁମପାଇଁ ।
ଏମିତି ବନ୍ଧନେ ବାନ୍ଧିଦେଲ ମୋତେ
ଆଉ ଛାଡିବିନି ତାହା
କେତେ ଯେ ଫଗୁଣ...
