ବିଶ୍ଵାସ - ଡ଼କ୍ଟର ଲକ୍ଷ୍ମଣ ସାହୁ

0
ଡ଼କ୍ଟର ଲକ୍ଷ୍ମଣ ସାହୁ
ଅଧ୍ୟାପକ, ଓଡିଆ ବିଭାଗ
ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟରେ, କଟକ
ଦୂରଭାଷ : ୯୪୩୭୭ ୪୦୨୮୦

ଆମେ ଏକ ବିଚିତ୍ର ମଣିଷ
ଯେଉଁଠି କେବଳ ପରସ୍ପର ପ୍ରତି
ସନ୍ଦେହର ଵର୍ଷା ଘୋଟି ଥାଏ ଅହର୍ନିଶି
କେବେ ଆମେ ନିଜକୁ ଖୋଜିବା
ଆମ ଅନ୍ତର କଥା ବିଶ୍ୱାସକୁ ଫାଡ଼ ଫାଡ଼ କରି
ଖୋଲି ଦବା, ନିଜର ହଜିଲା ପଣରେ ।
ନିପାରିଲା ପଣ ନେଇ କିଏ ବା ଏଠି
ବସି ରହିବ, ଯଦି ଗର୍ବ ଅହଂକାର
ଲୋପ ପାଏ ନିରବ ମଣିଷ କେବଳ
ହସୁଥାଏ, ତଥାପି ଅସହାୟ
ବୟସର
ବିଷମ ସମୟ ଖସି ଗଲା ପରେ
ଭାବେ ସତ୍ ଆମ ଏ ଯଣ, ଖ୍ୟାତି
ଯାହା କେବଳ ଗର୍ବ ଅହଙ୍କାର ବୋଧର
ପ୍ତତୀକ, ବିଶ୍ଵାସର କି ହେବ
ସତ୍ୟର ପ୍ରକାଶ, ବଢ଼ିଲା ନଦୀର
ସ୍ରୋତ, ଅବା ସତ୍ୟ, ମିଥ୍ୟାର,
ବାଲି ବନ୍ଧ, ବତାସୀ ପବନର
କୁଟା ଖିଅଟିଏ ।

Post a Comment

0Comments
Post a Comment (0)