ମାମୁନି ଗର୍ଭରେ କନ୍ୟା ସନ୍ତାନ ଅଛି ଜାଣି ଶାଶୁ କୁହନ୍ତି ପୁଣି କନ୍ୟା ସନ୍ତାନ ମୁଁ ଚାହେଁନା ଏ କନ୍ୟା ଜନ୍ମ ନେଉ । ମୁଁ ଚାହେଁ ପ୍ରଥମେ ପୁତ୍ର ସନ୍ତାନ ଯିଏ ଏ ଘରର କୂଳ ପ୍ରଦୀପ ହେବ ବଂଶର ଉତ୍ତରାଧିକାରୀ ହେବ । ବଂଶ ଆଗକୁ ନେବ । ଶଶୂର କିନ୍ତୁ ଶାଶୁଙ୍କୁ କୁହନ୍ତି, ତମେ ମା ଲକ୍ଷ୍ମୀ ଆଉ ଦୂର୍ଗାଙ୍କୁ ପୂଜା କରୁଛ । ସେ ହିଁ ତ ଜଣେ ଜଣେ କନ୍ୟା ତାଙ୍କୁ ଯଦି ପୂଜା କରିପାରୁଛ, ତେବେ ଆମ ଘରକୁ ଆସୁଥିବା ଲକ୍ଷ୍ମୀଙ୍କୁ କେମିତି ମନା କରୁଛ ଜନ୍ମ ଦେବାକୁ । ଶାଶୁ ମା କିନ୍ତୁ ଯିଦ କରି କହିଲେ ତାଙ୍କ ପୁଅଙ୍କୁ । ଦେଖ ପୁଅ ମୁଁ ଚାହୁଁନି ପ୍ରଥମ ସନ୍ତାନ ନାତୁଣୀ ହେଉ ବୋଲି । ମୋର ନାତି ଦରକାର ନାତୁଣୀ ନୁହେଁ । ସ୍ଵାମୀ ବି କହିଲେ ହଁ ମୁଁ ବି ମୋ ମା'ଙ୍କ ଖୁସି ଚାହେଁ । ମୁଁ ବି ପୁଅ ଚାହୁଁଛି । ମୋ ଅଫିସରେ ଲଜ୍ଜିତ କରିବେ ଝିଅ ହେଇଛି କହି । ମାମୁନିକୁ କହିଲେ ସ୍ଵାମୀ ସ୍ଵାଧୀନ ଚାଲ ମେଡିକାଲ ଯିବା । ମାମୁନି କାନ୍ଦି କାନ୍ଦି କହିଲା ନାଁ ମୁଁ ମୋ କନ୍ୟା ଭୃଣ ହତ୍ୟା କରି ପାପ ଅର୍ଜିବାକୁ ଚାହୁଁନି । ମୋ ଲକ୍ଷ୍ମୀକୁ ମାରିଦିଅନି । ଏତିକି ବେଳେ ଶୂନ୍ୟରେ ଶୁଣା ଗଲା ମାଆ ବାପା ଜେଜେ ବାପା ଜେଜେ ମାଆ । ସମସ୍ତେ ନିସ୍ତବ୍ଦ ହେଇଗଲେ କୋଉଠୁ ଶୁଣା ଯାଉଛି କୋମଳ ଶିଶୁର ସ୍ଵର । ମୁଁ ଧରିତ୍ରୀ କହୁଛି । ମୁଁ ଦୁନିଆଁକୁ ଆସିବା ଆଗରୁ ମତେ ମାରି ଦେଲ ପୁତ୍ରର ଜନ୍ମ ଆଗ ହେବ କହି । ହେଲେ କୁହନ୍ତୁ ତ କନ୍ୟା କଣ ପୁତ୍ରଙ୍କ ଠାରୁ କୋଉ ଗୁଣରେ କମ୍ ଅଛନ୍ତି । ଘରର ସୁଖ ଶାନ୍ତି ଫେରେଇ ଆଣିବା ପାଇଁ ମା ଦୂର୍ଗାଙ୍କ ନବରାତ୍ର ପୂଜା କରୁଛ । ଧନ ଜନ ସବୁ କିଛି ପାଇବା ପାଇଁ ମା ଲକ୍ଷ୍ମୀଙ୍କ ପୂଜା କରୁଛ । କିନ୍ତୁ ଘରକୁ ଯେତେବେଳେ ଲକ୍ଷ୍ମୀ ରୂପେ ଘରକୁ କନ୍ୟା ଆସିଲେ ତାକୁ ଅବମାନନା କଣ ପାଇଁ ସେତିକି ସ୍ନେହ ଭଲପାଇବା ମିଳେନି ଯେତିକି ଗୋଟେ ପୁତ୍ର ସନ୍ତାନକୁ ମିଳେ । ଦୁନିଆଁରେ ଦେଖିଲେ ଓବାମା ତ ନିଜ କନ୍ୟାକୁ ଭଲପାଉଛନ୍ତି । ମମତା କି ମୂର୍ତ୍ତି, ମଦର ଟେରେସା କେବେ ଭେଦଭାବ କରିନଥିଲେ । ବାପୁ ସଦାବେଳେ ବେଟିଙ୍କୁ ଭଲପାଇବା ଦେଉଥିଲେ। ଚାଚା ନେହେରୁଙ୍କ ଏକ ମାତ୍ର କନ୍ୟା ଥିଲେ । ତାଙ୍କୁ ସ୍ନେହ ଭଲପାଇବା ଦେଇ ପାଳୁଥିଲେ । ସୋନିଆ ଗାନ୍ଧୀ ବି ବେଟି (ପ୍ରିୟା) ଙ୍କୁ ଆଖିର ପଲକ କରି ରଖିଥିଲେ । ସେମାନେ ଏତେ ଭଲପାଇବା ଦେଇ ପାରୁଥିଲେ । ତେବେ ମତେ ଏଥିରୁ କାହିଁକି ବଞ୍ଚିତ କରୁଛନ୍ତି ।


ମାଆ ମତେ ବଞ୍ଚିବାକୁ ଦିଅ । ଦୁନିଆକୁ ଆସିବାକୁ ଦିଅ । ତୁମ ନିୟମ ଖାଇ କହୁଛି କେବେ ହଇରାଣ କରିବିନି । ତମେ ମାନେ ଖାଇସାରିବା ପରେ ମିଠା ଖାଉଥିବ। ମୁଁ ସେତେବେଳେ ବାସନ ମାଜିବି । ମାଆ ମୋର ସ୍କୁଲ ଫିସ କଥା ଜମାରୁ ଚିନ୍ତା କରନି । ମୁଁ କାହା ପାଖରୁ ବହି ଆଣି ଘରେ ପଢିବା ଲିଖିବା ଶିଖିଯିବି । ଆଉ ହଁ ବାପାଙ୍କୁ କହିବ ମୋ ବିବାହ ପାଇଁ ଚିନ୍ତା କରିବେନି । ମୁଁ ତାଙ୍କ ପାଖରେ ରହି ବୁଢା ବୟସରେ ସାହାରା ବନିବି । ଯଦି ତୁମକୁ ଲାଗୁଛି ମୁଁ ତୁମ ମାନଙ୍କ ଉପରେ ବୋଝ ହେବି । ତେବେ ମେଡିକାଲରେ ଅଯଥା ପଇସା ଖର୍ଚ୍ଚ କରନି । ମୁଁ ଭଗବାନଙ୍କୁ କହିଦେବି । ମୋ ବାପା,ଜେଜେ ମା ମୋ ମଲା ମୁହଁ ଦେଖିବାକୁ ଚାହୁଁଛନ୍ତି । ମତେ ମାରିଦିଅ ପ୍ରଭୁ ମାରିଦିଅ । ଏତିକି ଶୁଣି ଜେଜେ ମା ବାପା ତାଙ୍କ ଭୁଲ୍ ବୁଝି ପାରି କହିଲେ ନା ବୋହୂ ଆମ କନ୍ୟା ରତ୍ନକୁ ଦୁନିଆଁକୁ ଆଣିବୁ ତାକୁ ସବୁ ଅଧିକାର ଦେବୁ, ପାଠ ପଢେଇ ଦେଶର ନାଁ ରଖିବ, ଆମେ ଆମ ଭୁଲ୍ ବୁଝି ଆମ ବେଟିକୁ ବଞ୍ଚେଇ ବେଟିକୁ ପଢେଇ ତାକୁ ଦେବୁ ସମାନ ଅଧିକାର, ଏତିକି ଆହ୍ୱାନ ବେଟି ପଢାଅ ବେଟି ବଞ୍ଚାଅ ।