ବିଦାୟୀ ବେଳାରେ ସତର - ସନ୍ତୋଷ ପଟ୍ଟନାୟକ

0
ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା, ଗଞ୍ଜାମ

ହୃଦୟର ପାଠ ବୁଝନ୍ତିନି ଶଠ
ପେଟ ଖୋଜେନାହିଁ ବିଷ,
ଦୁଃଖ ଖୋଜୁଥିବ ସୁଖଟାକୁ ନିତି
ପ୍ରଭୁଙ୍କୁ ମାଗି ଆଶିଷ.....

ଜୀବନ ପଥରେ ରାତ୍ରିର ଅନ୍ଧାରେ
ବିତି ବିତି ଗଲା ଦିନ
ସତର ଆସିଛି ବିଦାୟୀ ବେଳାରେ
ହିଂସା କର ଅବସାନ.....

ସମୟ ଏମିତି ଚାଲିଛି ଚାଲିବ
ବୟସର ହେବ ଅନ୍ତ
କିଏ ବା ଜାଣିଛି ନୀୟତି ନିହିଛି
କେମିତି ଏ ଭବିଷ୍ୟତ !!!

Post a Comment

0Comments
Post a Comment (0)