ସସ୍ମିତା ମହାନ୍ତି
କାଲିଫର୍ଣ୍ଣିଆ, ଯୁକ୍ତରାଷ୍ଟ୍ର ଆମେରିକା

ତୁମକଥା
ଅନେକ ସମୟରେ
ମନେପଡେ,
ସେତେବେଳେ ହୃଦୟରେ
ଉଲ୍ଲାସର ଜୁଆର ଖେଳିଯାଏ,
ଶରୀର ହୁଏ ରୋମାଞ୍ଚିତ,
ଲାଗେ ତୁମେ ଆଉ ମୁଁ
ଏକ ଅଭୁଲା ଅତୀତ ॥

ତୁମ ସହ କଥାହେଲେ
ମୋ ଭାବନାର ଅନ୍ତ ଘଟେ,
ଆଖିର ଆଇନାରେ
ଭାସିଯାଏ ତୁମ ରୂପ ଛବି,
ସ୍ମୃତିର ସହରରେ ଖେଳିଯାଏ
ମଳୟର ବସନ୍ତ ପବନ,
ହୃଦୟ କହୁଥାଏ
ଦେଖନ୍ତିକି ତୁମକୁ ମନଭରି
କିନ୍ତୁ ମୁଁ ଏଠି ମୋ ସ୍ଵପ୍ନର ଦୁନିଆରେ,
ଆଉ ତୁମେ ମୋ ଠାରୁ
କାହିଁ କେତେ ଦୂରେ ॥