ଅନାମ ଚରଣ ସାହୁ
ବିଭୁତିପୁର, କାକଟପୁର, ପୁରୀ
ଦୂରଭାଷ : ୯୯୩୭୧୧୦୨୬୦

ରଙ୍ଗ ବେରଙ୍ଗର ସୁମନ କୁହଇ
ନୀଳ ଗଗନକୁ ଚାହିଁ
ସବୁଜ ସୁନ୍ଦର ଧରଣୀର ଅଙ୍କ
ଖୁସି ସଉରଭ ପାଇ ॥

ମୋତି ମାଣିକବି ପଡିଯାଏ ଫିକା
ଆଞ୍ଜୁଳାଏ ଖୁସି ପାଶେ
ଛୋଟ ଶିଶୁ ଯେବେ ବସନ ଅଞ୍ଚଳେ
ଲୁଚି ଛପି ଆସି ବସେ ॥


ମାଆ କୋଳେ ଅଛି ଡର ଭୟ ନାହିଁ
ଆସୁ ଯେତେ ଝଡ ଝଞ୍ଜା
ଗଢିଛି ସେହିତ ଜୀବନ ମୋହର
ସବୁତ କରିଛି ଖଞ୍ଜା ॥

ତୁମେ ସିନା ମୋର ଦୂର ଦେଶ ବନ୍ଧୁ
ମାଆ ତ ମୋ ପାଇଁ ସବୁ
ତା ପାଇଁ ହସିବି ତା ପାଇଁ ଖେଳିବି
ଲୋଡା ନାହିଁ କିଛି ଭବୁ ॥