ଆଉଥରେ ମହାବାହୁ ... ବଂଶୀବାଲା ରୂପ ହେଊ - ତପନ ଦୀକ୍ଷିତ

0
ତପନ ଦୀକ୍ଷିତ (ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ

ଆଉଥରେ ମହାବାହୁ
ବଂଶୀବାଲା ରୂପ ହେଉ…,
କଦମ୍ବ ଚହଟି ବାସୁ
ନିଶ୍ୱାସେ ବିଶ୍ୱାସ ବସୁ ,
ଖେଳିଯାଉ ମଳୟରେ ଅଗୁରୁ ଚନ୍ଦନ
ସତ୍ୟରପ୍ରତିଷ୍ଠାହେଉ
ହେ ମଧୁସୂଦନ ,
ଚିଯାଉ ଛନ୍ଦେ ଛନ୍ଦେ…
ପରାଣେ ପୁଲକ ଭରି
ପ୍ରାଣୀ ତନୁମନ,
ଫେରିଆସୁ ସେ ଦ୍ୱାପର
ହେ ନନ୍ଦ ନନ୍ଦନ,
ପୁଣି ଗୁଞ୍ଜରିତ ହେଉ
ସେ ମୋହନ ବଇଁଶୀର ସ୍ୱନ
ଲୋଡ଼ା ନାହିଁ ଓଳିକର
ବାକୀ ଥିବା ସେ ମହାଭାରତ….
ଫେରାଇ ଦିଅ ହେ ସଖା
ଶାନ୍ତି, ମୈତ୍ରୀ ,ପ୍ରେମ ଆଉ ସତ୍ୟ ॥

Post a Comment

0Comments
Post a Comment (0)