ତୋ ବିନା

0
ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା, ଗଞ୍ଜାମ

ସଜ ଶେଫାଳୀରେ ସଜ୍ଜିତ ଶରତ
ସ୍ୱର୍ଗ ସମ ମର୍ତ୍ତ୍ୟପୁରୀ
କାଶତଣ୍ଡୀ ଗାଏ ସ୍ୱାଗତ ସଙ୍ଗୀତ
ମାତା ଆବାହନୀ କରି....

ଅଧିର ମୋ ମନ ଆନମନା ହୁଏ
ସ୍ମୃତି ସବୁ ଅପାଶୋରା
ତୋ'ବିନା ସଜନୀ ପ୍ରବାସ ଜୀବନ
ଅସହ୍ୟ ଯନ୍ତ୍ରଣା ଭରା...

ସୁଖଶାନ୍ତି ସବୁ ସାତ ସପନ ମୋ'
ଦଶଭୂଜା ଏକା ସାହା
କାହାକୁ କହିବି କିଏ'ବା ଶୁଣିବ
କର୍ମକୁ ନିନ୍ଦଇ ଯାହା ....

ଅକୁହା ଆଖିରେ ଭାଷାକୁ ବଖାଣେ
ଶୁଣାଏ ହୃଦୟ ଭାଷା
ପ୍ରିୟା ଓଠ ଛୁଆଁ ହଜିଲା ଫଗୁଣ
ସପନ ପୀରତି ବର୍ଷା ....

ଲୁହରେ ଅନେକ ବେଦନା ଲେଖିଛି
ଏବେ ଲେଖିଲି ଲହୁରେ
ଶରତର ଶୋଭା ଆନମନା କରି
ସ୍ମୃତି ଟା ନିଇତି ମାରେ....

ଦେବୀ ଯୋଗମାୟା ହେବେ ବୋଲି ସାହା
ଲହୁରେ ଜାଳୁଛି ଦୀପ
ଜୀବନର ତତ୍ତ୍ଵ ବୁଝେଇବେ ସେହି
ହରିବେ ସକଳ ପାପ ....

Post a Comment

0Comments
Post a Comment (0)