ତପନ ଦୀକ୍ଷିତ (ବେଳାଭୂମି)
ନାଶିକେଶ୍ଵର, କାକଟପୁର, ପୁରୀ
କେହିବି ଦେଲେନି ପିଠା ଖଣ୍ଡେ ଆଜି
ଏତେବଡ ଦଶହରା,
ସମତେ ଖାଇଲେ ଖିରିପୁରି ସାଥେ
ମଣ୍ଡା, ନାନମାନ, କାକେରା ॥
ଦେଖି ଦେଖି ଭାଇ ଲାଳ ଗଡ଼ିଗଲା
ରହିଗଲି ଯାହା ବିଚରା,
ଫେସବୁକ ଆଉ ହ୍ୱାଟସଆପରେ
ତୁମେ ମାରିଗଲ ଟାକେରା ॥
ଖାଇଯାଅ ତମ ପେଟ ଖରାପ ହେଉ
ଘଡି ଘଡି ଯାଅ ଝାଡା,
ନମିଳୁ ଦବାକୁ ଦବେଇ ପୁଡିଆ,
ବଇଦ ସେ ବାଡ଼ିପୋଡା ॥
କେହି ବି ଦେଲେନି ପିଠାଖଣ୍ଡେ
October 01, 2017
0
