ପ୍ରସନ୍ନଜିତ ସାହୁ
ନାଉଗାଁ, ଜଗତସିଂହପୁର
ଜୀବନ ନଈରେ
ଦଦରା ନାଆରେ
ଜୀବନ କ'ଣ ସିଏ ଜାଣିଛି
ଯିଏ ପ୍ରତି ମୁହୂର୍ତ୍ତରେ ଯନ୍ତ୍ରଣାରେ ଜଳୁଛି,
ଅଙ୍କାବଙ୍କା ଖାଲଖମା ରାସ୍ତାରୁ
ରାଜପଥ ଯାଏ
ଖାଲି ଯନ୍ତ୍ରଣାର କୁହେଳିକା
ଆଉ ଦରଭିଜା ଆଖି ଲୁହର ବନ୍ୟା ।
ଦରଦି ହୃଦୟ ଆଜି ଦରଭଙ୍ଗା
ଆଉ ଆଖି ଆଞ୍ଜୁଳେ ଲୁହରେ
ସବୁଠି ଅଶାନ୍ତି ଆଉ କଷଣ
ଏଇ କ'ଣ ଜୀବନ ???
