ଆବଶ୍ୟକୀୟ ସାମଗ୍ରୀ : ବାଇଗଣ, ଦହି, ତେଲ, ଅଦା, ରସୁଣ, କଞ୍ଚାଲଙ୍କା, ଶୁଖିଲା ଲଙ୍କା, ଲୁଣ, ହଳଦୀ, ପଞ୍ଚଫୁଟଣ ଓ ଭୃସଙ୍ଗ ପତ୍ର ।

ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ ଦୁଇଗୋଟି ବାଇଗଣକୁ ଚାରିଫାଳ କରି କାଟି ସେଥିରେ ଲୁଣ ଓ ହଳଦୀ ଗୋଳେଇ କିଛି ସମୟ ରଖନ୍ତୁ । ଚୁଲାରେ କଡେଇ ବସେଇ ସେଥିରେ ଆବଶ୍ୟକୀୟ ତେଲ ଦେଇ କଟାଫାଳ ବାଇଗଣକୁ ଛାଣି ନିଅନ୍ତୁ ।

ଅନ୍ୟ ଗୋଟିଏ ପାତ୍ରରେ ଦୁଇ କପ ବସାଦହିରେ ଏକ କପ ପାଣି ମିଶାଇ ଘାଣ୍ଟି ରଖନ୍ତୁ । ସ୍ୱାଦ ଅନୁସାରେ ଲୁଣ, ଚାରିଗୋଟିି କଟା କଞ୍ଚାଲଙ୍କା, ଏକ ଚାମଚ ଛେଚା ଅଦା ଏବଂ ଛଣା ହୋଇ ରଖାଯାଇଥିବା ବାଇଗଣକୁ ଦହି ସହିତ ମିଶାଇ ଦିଅନ୍ତୁ ।

ଏଥର ଗ୍ୟାସଚୁଲାରେ କଡେଇ ବସେଇ ଦୁଇ ଚାମଚ ତେଲ ନେଇ ଗରମ କରନ୍ତୁ । ସେଥିରେ ଏକ ଚାମଚ ପଞ୍ଚଫୁଟଣ, କିଛି ଭୃସଙ୍ଗ ପତ୍ର ଫୁଟେଇ ଦୁଇ ଚାମଚ ଛେଚା ରସୁଣକୁ ମିଶାଇ ଭାଜନ୍ତୁ । ରସୁଣ ଲାଲ ରଙ୍ଗ ହୋଇଯିବା ପରେ ସେହି ଫୁଟଣକୁ ପୂର୍ଵ ପ୍ରସ୍ତୁତ ଦହି ବାଇଗଣରେ ମିଶାଇ କିଛି ସମୟ ଘୋଡାଇ ରଖି ଗରମ ଗରମ ପରଶନ୍ତୁ ।

ବଣମଲ୍ଲୀର ମହକ ରୋଷେଇ ଘରୁ ପ୍ରସ୍ତୁତ ଦହି ବାଇଗଣର ସ୍ୱାଦ କେମିତି ଲାଗିଲା ମତାମତ ଦିଅନ୍ତୁ ।

ବଣମଲ୍ଲୀର ହାଣ୍ଡିଶାଳରୁ
ସସ୍ମିତା ନାୟକ, ନୟାପଲ୍ଲୀ, ଖୋରଧା