ଆର.ପି-୧୨୫, ପାଣ୍ଡବ ନଗର,
ଟଙ୍କପାଣି ରୋଡ, ଭୁବନେଶ୍ଵର
ଗୋଦାବରୀଶ ମିଶ୍ର ୨୬ ଅକ୍ଟୋବର ୧୮୮୬ ମସିହା ଶ୍ରୀନିବାସପୁର ଶାସନ, ବାଣପୁର, ପୁରୀରେ ଜନ୍ମିତ ଜଣେ ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ । ସେ ଆଧୁନିକ ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ଵାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରୀମଣ୍ଡଳରେ ସେ ଥିଲେ ଅର୍ଥ ଓ ଶିକ୍ଷାମନ୍ତ୍ରୀ । ରାଜନୀତିକୁ ପସନ୍ଦ କରୁନଥିବା ଗୋଦାବରୀଶ, ରାଜ୍ୟ ଓ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ମନ୍ତ୍ରୀପଦ ଗ୍ରହଣ କରିଥିଲେ । ଅଣକଂଗ୍ରେସ ମନ୍ତ୍ରୀମଣ୍ଡଳରେ ଯୋଗ ଦେଇଥିବାରୁ ତାଙ୍କୁ କଂଗ୍ରେସ ଦଳରୁ ବହିସ୍କାର କରାଯାଇଥିଲା । ପରେ ଦଳକୁ ଫେରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ, ସେ ତାକୁ ପ୍ରତ୍ୟାଖାନ କରିଥିଲେ । ତାଙ୍କରି ଉଦ୍ୟମରେ ଉତ୍କଳ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠାଲାଭ କରିଥିଲେ ମଧ୍ୟ, ସେ କୁଳପତି ହେବାର ସୌଭାଗ୍ୟରୁ ବଞ୍ଚିତ ହୋଇଥିଲେ । ଓଡ଼ିଆ ସାହିତ୍ୟରେ ସେ ପ୍ରଥମ ଗାଥା କବିତାର ଜନକ । ସେ 'ଘଟାନ୍ତର', 'ଅଭାଗିନୀ', 'ଅଠର ଶହ ସତର' ଓ 'ନିବାସିତ' ଉପନ୍ୟାସର ସ୍ରଷ୍ଟା । ତାଙ୍କର ଅଭାଗିନୀ ଉପନ୍ୟାସ ୧୯୧୨ ମସିହାରେ ପ୍ରଥମେ ପ୍ରକାଶିତ ହୋଇଥିଲା । ଅନ୍ୟ ଉପନ୍ୟାସ ଗୁଡିକ ୧୯୪୦ ମସିହାରୁ ୧୯୫୧ ମଧ୍ୟରେ ଆତ୍ମପ୍ରକାଶିତ । ଆତ୍ମଜୀବନୀ ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋର ସ୍ଥାନର ସୂଚୀପତ୍ରରେ ସେ ୮୫ଟି ବିଭାଗ ରଖିଥିଲେ, କିନ୍ତୁ ତାଙ୍କ ମୃତ୍ୟୁବେଳକୁ କେବଳ ୩୪ଟି ବିଭାଗ ଲେଖିସାରିଥିଲେ । ଏହି ପୁସ୍ତକ ପାଇଁ ତାଙ୍କୁ ୧୯୫୮ମସିହାରେ ମରଣୋତ୍ତର ଭାବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା ।
0 Comments
You can write now your valuable comments here. Off-topic comments may be removed or deleted without prior notice.