ପ୍ରକାଶ ସାହୁ, ଭାରତୀୟ ନୌସେନା
ବିଶାଖାପାଟଣା, ଆନ୍ଧ୍ରପ୍ରଦେଶ
ଆସରେ ପିଲେ ଖେଲିବା ଗୋଟେ ଖେଳ,
ଆମେ ସବୁ ମିଶି ବନାଇବା ରେଳ ।
ଆଗରେ ପିଲେ ଇଞ୍ଜିନ ବନି କରିବେ ବୁକ ବୁକ
ପଛରେ ଆମେ ସବୁ ଡବା ବନି ହେବୁ ଛୁକ ଛୁକ
ଏହି ଖେଳ ପାଇଁ ଦରକାର ନାହିଁ ତେଲ କି ତାର
ଖାଲି ଦରକାର ମନରେ ଆଗ୍ରହ ଆଉ ବଳ ।
ସିଟି ବଜାଇ ଚାଲିବ ଆମ ନୂଆ ଗାଡି
ଦେଖ ଆଗକୁ କେମିତି ବଢିବ ରେଳ ଗାଡି ।
ସଭିଏଁ କହିବେ କେମିତି ବଢିଆ ଖେଳ ଟେ
କରିଲ, ସବୁ ପିଲା ଙ୍କୁ ଖୁସି କରେଇଲ ।
କଟକ, ଖୋର୍ଦ୍ଧାର ଯାତ୍ରୀ ଆଗକୁ ଆସିଲେ।
ସେଠୁ ଦହିବରା ଆଣି ଆମକୁ ଦେଲେ ।
ଦହି ବରା ଖାଇ ଦହି ପାଇଁ କିଛି ଇଛା କଲେ ।
ଦହି ନ ପାଇ ପାଣି ରେ ଶୋଷ ମେଣ୍ଟାଇଲେ ।
ଖୋର୍ଦ୍ଧା ଷ୍ଟେସନ ଆସିବାର ଥିଲା ।
ବାଟରେ ନନ୍ଦନକାନନ ପଡିଲା ।
ଜିଦ କରିଲେ କିଛି ଯାତ୍ରୀ ଆମେ ତ,
ଆଜି ବୁଲିବୁ ଟିକେ ଏହି ଚିଡିଆଖାନା ।
ଉପାୟ ନ ପାଇଁ ଡ୍ରାଇଭର ଭାଇ ଗାଡି ରଖିଲା ।
ସମସ୍ତ ଙ୍କୁ ସିଏ ବୁଲାଇ ନେଲା ।
ସବୁ ବୁଲିସାରି, ସବୁ ଦେଖିସାରି,
ସଭିଏଁ ରେଳ ରେ ସବାର ହେଲେ ।
ବିଳମ୍ବ ପାଇଁ ଡ୍ରାଇଭର ଗାଡି କୁ ସ୍ପୀଡ଼ କଲେ ।
ସିଟି ଖାଲି ବଜାଇ ବଜାଇ ।
ଇଞ୍ଜିନ କରିଲା ବୁକ ବୁକ
ଦିବା ସବୁ ହେଲା ଛୁକ ଛୁକ ।
ଟିକେଟ ଫିକେଟ କିଛି ନାହିଁ ।
ଲାଗୁଛି ଆମର କିଛି ଦାମ ନାହିଁ ।
ଆସିଲା ଯେବେ ଷ୍ଟେସନ ଖୋର୍ଦ୍ଧା
ରହିଗଲା ସବୁ ରେଳ ଗାଡି ର ଡିବା ।
ସରିଲା ଏବେ ଖେଳ ଆମର
ସଭିଏଁ ଫେରିଲେ ନିଜ ନିଜ ଘର ।
- ମୂଳପୃଷ୍ଠା
- ପୂର୍ବ ପ୍ରକାଶିତ
- _କବିତା
- _କ୍ଷୁଦ୍ରଗଳ୍ପ
- _ପ୍ରବନ୍ଧ
- _ରମ୍ୟ ରଚନା
- _ପୁରାଣ କଥା
- _ଶିଶୁ ସାହିତ୍ୟ
- __ଛବିଟିକୁ ଗୀତଟିଏ
- __ଶିଶୁଗଳ୍ପ
- __ଶିଶୁ କବିତା
- __ପଞ୍ଚତନ୍ତ୍ର କାହାଣୀ
- _ବହିପତ୍ର
- __ବଣମଲ୍ଲୀ ଇ-ବୁକ
- __ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
- __କବିତା କଲ୍ଲୋଳିନୀ
- __ଲାବଣ୍ୟବତୀ
- __ବୈଦେହୀଶ ବିଳାସ
- __ରସକଲ୍ଲୋଳ
- __ମନବୋଧ ଚଉତିଶା
- __କିଶୋର ଚନ୍ଦ୍ରାନନ ଚମ୍ପୁ
- __ତପସ୍ଵିନୀ
- __ସାରଳା ମହାଭାରତ
- ୱେବ ରେଡିଓ
- ଇଭେଣ୍ଟ
- ସଂଗ୍ରହାଳୟ
- ନୂତନ ସଂସ୍କରଣ
0 Comments
You can write now your valuable comments here. Off-topic comments may be removed or deleted without prior notice.