କୁଆଁର ପୁନେଇ ଜହ୍ନ

0
ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା, ଗଞ୍ଜାମ

କୁଆଁର ପୁନେଇ ଜହ୍ନ
କୁମାରୀଙ୍କ ପାଇଁ କୁମାର ପୂନେଇଁ
ମିଳିବ ଆଶିଷ ଧନ
ବଉଳଲୋ..... ॥୦॥

ପଶ୍ଚିମେ ଚଳିଲେ ରବି
ପୁନିଅଁ ଜହ୍ନଟା ମାରିଲା ଆଖି
ଚଉଁରାରେ ପକା କୋଠି
ବଉଳଲୋ..... ॥୧॥

ଅଶିଣ ପୁନିଅଁ ଜହ୍ନ
କୁମାର ପାଖରେ ହଜିଲା ମୋ'ମନ
ପିରତୀକୁ ବଳେ ମନ
ବଉଳଲୋ..... ॥୨॥

ଚାନ୍ଦକୁ ପୂଜିବା ବସ
ପୂଜା ସାଥେ ସାଥେ ସେଲ୍ଫିକୁ ଠେସ
କୁମାର ହୋଇବେ ତୋଷ
ବଉଳଲୋ..... ॥୩॥

ପୁନେଇଁ ଜହ୍ନ ଝିଲିମିଲି
କୁଆଁରୀ ମନଟା ହୁଏ କିଲିବିଲି
ନିଜକୁ ନିଜେ ଭୂଲିଲି
ବଉଳଲୋ..... ॥୪॥

Post a Comment

0Comments
Post a Comment (0)