ବିଶ୍ଵାସ

0
ତପନ ପ୍ରଧାନ
ବିଳାଶୁଣି, କଟକ

ଅଭିମାନୀ, ଭିଜିଭିଜି ତୋ ସ୍ୱପ୍ନେ ଦିନେ
ଗଢିଥିଲି .......
ଅଜସ୍ର ମୁଁ ସ୍ୱପ୍ନର ମହଲ
ସମୟ ଘୁର୍ଣ୍ଣିରେ ସବୁ ଭାଙ୍ଗିଗଲା
ବର୍ଷା ଶେଷ କଳାହାଣ୍ଡି ମେଘ ପରି
ଆଖିଲୁହ ଶୁଖିଗଲା !

ଅଭିମାନୀ, ଜଳିଜଳି ତମପାଇଁ ଆଜି
ନୀଳକଣ୍ଠ ସାଜେ
ପାନ କରେ ଦୁଃଖର ଗରଳ
କୁହୁଳୁଛି ବାରୁଦ ପାଖରେ
ହେଲେ ଜଳୁନାହିଁ
ଯଦିଓ ମୁଁ ଅଛି ଏଠି
କୁହୁଡି ଘେରରେ
ହଜିନାହିଁ ତଥାପି ସେ ସ୍ମୃତିର ଝଲକ
ଜୀବନରେ ବାଜିଦେଇ
ହାରିଯିବା ପରେ !!

ଅଭିମାନୀ, ତୁମେ ଯେ ଆସିବ ଦିନେ ନିଶ୍ଚୟ ଆସିବ
ସବାପଛେ ବହୁତ ଡେରିରେ
ଅବିଶ୍ୱାସ ଏ ବଳୟ ଭେଦ କରି
ବିଶ୍ୱାସର ପାଖୁଡାଟେ ସାଜି
ଅତୀତର
ମନର କ୍ଷେତରେ
ଏଇ ଧ୍ୱଂସ ବଗିଚାରେ
ଚୁନି ଚୁନି
ସପନ ବୁଣିବ !!!

 

Post a Comment

0Comments
Post a Comment (0)