ପ୍ରଶାନ୍ତ କୁମାର ନାଥ
ସୁନ୍ଦରପୁର, ଉତ୍ତରକୂଳହାଟ, ପ୍ରୀତିପୁର, ଯାଜପୁର
ଦୂରଭାଷ- ୮୮୯୨୩୦୧୧୪୩
ବୁଝି ପାରିଲିନି ତୁମ ଅଭିନୟ
ନୁହେଁ ବୋଲି କଳାକାର
ପ୍ରେମ କରିବାର ଅଭିନୟ କରି
ଲୁଟିନେଲ ସବୁ ମୋର ॥
ଆଖିରେ ମୋହର ଲୁହ ଭରିଦେଲ
ହସ ଟିକେ ଚାହିଁଥିଲି
ଦୁଃଖର ଗରଳ ଦେଲ ତ ପିଆଇ
ସୁଖ ଟିକେ ମାଗିଥିଲି ॥
ପ୍ରେମ କରିବାର ଅଭିନୟ କରି
ଭଲ ମୋତେ ପାଉଥିଲ
ହୃଦୟକୁ ମୋର ଖେଳନା ଭାବିକି
କାହିଁକି ଗୋ ଖେଳୁଥିଲ ॥
ହୃଦୟଟା ଗୋଟେ ଖେଳନା ନୁହେଁ ଗୋ
ଖେଳିବ ଖେଳନା କରି
ସେହି ଖେଳି ଯେବେ ମନ ଛାଡିଯିବ
ଚାଲିଯିବ ପର କରି ॥
ହୃଦୟକୁ ନେଇ ଖେଳିବା ଆଗରୁ
ଶହେ ଥରେ ଭାବିନିଅ
ରକ୍ତ ମାଂସେ ଗଢା ହୃଦୟ ଯେ ତାହା
ଖେଳ ପଡିଆଟେ ନୁହଁ ॥
ହୃଦୟଟା ଗୋଟେ ନୁହେଁ ତ ଖେଳନା
September 29, 2017
0
