ସତରେ କଣ ତୁମେ ଆସିଛ

0
ବିକେଶ ସାହୁ
ଭୂଷଲାଡ଼, ସିନ୍ଧେକେଲା, ବଲାଙ୍ଗୀର
ଦୂରଭାଷ-୭୭୫୨୦୬୬୨୧୭/୯୯୩୭୧୫୩୧୭୯

ପ୍ରିୟା
ତୁମ ସ୍ମୃତିର ମାଦକତାରେ ମଦମତ୍ତ ହୋଇ
ବାସ୍ତବ ବି ଆଜି ସାଜିଛି ଅବାସ୍ତବ
ତୁମ ପ୍ରୀତି ନିଶାରେ ନିଶାସକ୍ତ ହୋଇ
ସତ ବି ସାଜିଛି ମିଛ
ସତରେ କଣ ତୁମେ ଆସିଛ
ବାସ୍ତବ ବି ଆଜି ଏଇ ମୋ ଆଖିରେ
ସାଜେ କାହିଁ ଅବାସ୍ତବ ।
ଅବାସ୍ତବ ର ନିସ୍ତଦ୍ଧ ସହରେ
ଜୀବନ ଜୀଉଁ ଜୀଉଁ
ଭୁଲି ସାରିଛି ମୁଁ ବାସ୍ତବତା
ନୀତି ନୀତି ତ ତୁମେ ଆସ
ଇନ୍ଦ୍ରଧନୁର ଓଢଣା ଟାଣି
କେତେ କଥା କହିଯାଅ
ଆମ ସେଇ ବିତା ଅତୀତର
ଦେଇଯାଅ ପୁଣି ଫେରିବାର ପ୍ରତିଶ୍ରୁତି
ହେଲେ କଣ ତୁମେ ଆସ
କୁହ କେମିତି ବା କରିନେବି
ଆଜି ପୁଣି ଥରେ ତୁମକୁ ବିଶ୍ୱାସ
ଅବାସ୍ତବ କୁ ଆଉଥରେ
କେମିତି ବା ଦେବି ବାସ୍ତବର ରୂପ
ସତରେ କଣ ତୁମେ ଆସିଛ
ଅମାନିଆ ମନ କାହିଁ ଆଜି ପ୍ରିୟା ତୁମ ପାଇଁ
ହୁଏ ଆଜି ଛଟପଟ
ନିସ୍ତବ୍ଧ ଏଇ ରାତିଟାରେ ବି
ଶୁଭେ କାହିଁ ରୁମଝୁମ ହୋଇ
ତୁମ ପାଉଁଜିର ଶବ୍ଦ
କେତେ ଯେ ଅବାନ୍ତର ପ୍ରଶ୍ନ ଭିତରେ
କାହିଁକି ଯେ ମୋ ପାଇଁ ତୁମେ ନେଇଯାଅ
ପ୍ରଶ୍ନବାଚୀ ର ରୂପ
କୁହ ପ୍ରିୟା ସତରେ କଣ ତୁମେ ଆସିଛ.........

Post a Comment

0Comments
Post a Comment (0)