ଶରତର ଆଗମନେ

0
ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡ଼ା, ଗଞ୍ଜାମ

ସବୁଜ ଶୋଭାରେ ପୂର୍ଣ୍ଣ ଆଭାମୟୀ
ଲୋହିତ ଆକାଶ ତଳେ
ଅପୂର୍ବ ସୁନ୍ଦର ଦୃଶ୍ୟରେ ଶୋଭିତା
ପାର୍ବଣ ଋତୁର କାଳେ ॥୦॥

ନଭରେ ହସୁଛି ଶରତ ଯାମିନୀ
ସରିତେ ହସଇ କଇଁ
ବଉଦ ଫାଙ୍କରୁ ଜହ୍ନ ଚାହୁଁଅଛି
ମୁରୁକି ହସକୁ ଦେଇ ॥୧॥

ନୀଳ ଆକାଶର ଚନ୍ଦ୍ରମାକୁ ଦେଖି
ଫୁଲେଇ ଧରଣୀ ରାଣୀ
କାଶତଣ୍ଡୀ ଫୁଲେ ଗଭାକୁ ସଜାଏ
ସବୁଜ ବନାନୀ ବେଣୀ ॥୨॥

ସଧିର ସମୀରେ ଅଧିର ମନରେ
କୁମୁଦିନୀ ଉଷା ପ୍ରେମେ
ପ୍ରକୃତି ପ୍ରାଚୁର୍ଯ୍ୟ ଲାଗଇ ଆଶ୍ଚର୍ଯ୍ୟ
ଶରତର ଆଗମନେ ॥୩॥

Post a Comment

0Comments
Post a Comment (0)