ପ୍ରିୟା ସାଥୀ - ଧ୍ରୁବ ଚରଣ ବେହେରା

0
ଧ୍ରୁବ ଚରଣ ବେହେରା
ଅଠରବାଟିଆ, ବାଲୁଗାଁ, ଖୋରଧା

ଅପେକ୍ଷା କରିଛି ଅନେକ ପହରୁ
ତୁମରି ପଥକୁ ଚାହିଁ
ଚନ୍ଦ୍ର ବଦନ ଟି ଫିକା ଦିଶିଲାଣି
ବିରହରେ ଅଗ୍ନି ପାଇ ।।
ଗୋଲାପି ଶେଯର ମହକ ତା ନାହିଁ
ତୁମଠୁ ବିଛେଦ ପରେ
ଏକା ଏକା ଆଜି ଭାସୁଅଛି ପ୍ରିୟା
ଚାହିଁଛି କୁଟୀର ଦ୍ବାରେ ।।
ତୁମ ବିନା ମୋର ଗଜରା ହାରଟି
ଯାଏ ମୂଲ୍ୟହୀନ ହୋଇ
ତୁମେ ଥିଲେ ସାଥୀ ମଲ୍ଲୀ ମହକରେ
ହୃଦୟ ଦିଅନ୍ତି ଧୋଇ ।।
ସାତ ସପନକୁ କଥା ଦେଇଅଛି
ପର କରିବୁନି କେବେ
ଆସିବୁ ସେଦିନ ଅଭିସାରେ ମୋର
ପ୍ରିୟା ସାଥେ ଥିଲେ ରଙ୍ଗେ ।।

Post a Comment

0Comments
Post a Comment (0)