କାଶତଣ୍ଡୀ ଫୁଲ - ଧ୍ରୁବ ଚରଣ ବେହେରା

0
ଧ୍ରୁବ ଚରଣ ବେହେରା
ଅଠରବାଟିଆ, ବାଲୁଗାଁ, ଖୋରଧା

କାନେ କାନେ ତାର କହିଥିଲି ଦିନେ
ବୁଢା ଶ୍ରାବଣକୁ ଯାଇ
ଖବରଟି ମୋର ଅଟଇ ଜରୁରୀ
ମନରୁ ଭୁଲିବୁ ନାହିଁ ।।
ଶରତକୁ ଦେବ ପ୍ରେମର ବାରତା
କହିବ ତାଙ୍କୁ ବୁଝାଇ
ଅତି ଶିଘ୍ର ଯାଅ ପୃଥିବୀ କୋଳକୁ
ପ୍ରେମିକା ରହିଛି ଚାହିଁ ।।
ତମେ କି ଶରତ ଆସିଲ ଓହ୍ଲାଇ
ଯୁବା ବୟସକୁ ଦଖି
କେତେ ଦିନୁ ମୁହିଁ ଅପେକ୍ଷାରେ ଥିଲି
ଦେଖିବାକୁ ତୁମ ଖୁସି ।।
ସାଥେ ଆସିଥିଲ ଧଳା ମେଘ ନେଇ
ଟାଣି ଦେଲ ତମ୍ବୁ ଘର
ଲାଗୁଥିଲା ମୋର ବିବାହ ମଣ୍ଡପ
ସଜା ହୋଇଛି ସୁନ୍ଦର ।।
ଜହ୍ନର ଜୋଛନା ରୋଷଣୀ କରିଲା
ରାତ୍ରି ଶୋଭା ତାରା ଫୁଲ
ରଜନୀ ଆସିଲେ ଶୀତଳ ସମୀର
ମନକୁ କରଇ ଗେଲ ।।
ତୁମେ ଅଟ ମୋର ଋତୁର ପଥିକ
ପାନ୍ଥଶାଳା ଆସିଗଲ ?
ଚାହିଁ ବସିଅଛି ବିଲ ହୁଡା ମାଳେ
ପ୍ରିୟା କାଶତଣ୍ଡୀ ଫୁଲ ।।

Post a Comment

0Comments
Post a Comment (0)