ହିତକର

0
କପିଳେଶ୍ୱର ରାଉତ
ଟିକର ପଡା, ଯାଜପୁର
ଦୂରଭାଷ- ୯୫୫୬୯୬୦୧୯୬

ବିହିର କୋଳେ କେବେ ଯେ ଜଳେ
ସିଏ ଯେ ଖେଳେ ପୁଣି କେବେ ସ୍ଥଳେ
ସୃଷ୍ଟି କରେ ଛଇଳ...
ସଭିକଂର ହିତେ ନାମ ତାର କେତେ
ତାର ବଳ ବିତେ ଗଛ ଲତା ସତେ
ବଡ ହିତକର ସେତ...
ପୁଷ୍ପ ଫଳ ଦିଏ ଜାଳେଣି ବି ଦିଏ
ଉଦର ପୂରାଏ ଖରଚ କମାଏ
ସେ କୋଟିଏ ରେ ଗୋଟିଏ...
ବଂଚେ ତା ପ୍ରଶ୍ବାସେ ଛାୟେ ପାର୍ଥି ବସେ
ମରେ ତାର ହ୍ରାସେ ଆନନ୍ଦେ ଉଚ୍ଛ୍ଵାସେ
ଭୂଲି କି ତାରି କ୍ଲେଶ...
ବଡ ହିତକର କାନନ କଲେ ବୃକ୍ଷ ରୋପଣ
ପ୍ରକୃତି ର ସେତ ଧନ ରୋକିଲେ ଛେଦନ
ହୋଇବା ଟି ଆମେ ଧନ୍ୟ...

Post a Comment

0Comments
Post a Comment (0)