ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା, ଗଞ୍ଜାମ
ଶାସ୍ତ୍ରରେ ବିଦିତା ଆଦ୍ୟଗୁରୁ ମାତା
ଶ୍ରେଷ୍ଠ ଅଟେ ମାତୃଭାଷା
ଶିଖିଲୁ ଜାଣିଲୁ ପୁଣି ଭୂଲିଗଲୁ
ଶିଖି ଆନ ଲୋକ ଭାଷା ॥୦॥
ସେଇ ସବୁ ଭାଷା ଦେଇପାରେ ତୋତେ
ମାନ ଆଉ ସନମାନ
ହେଲେ'ତୁ ଜାଣିନେ ମାତୃଭାଷା ଭୂଲି
ହେଲୁ ଗୁରୁଦ୍ରୋହୀ ସମ ॥୧॥
କପାଳ ଦୋଷରୁ ଖଟେ କିଏ ସିନା
ମାଲିଆ ଗାଳିକୁ ସହି
ଅକାରଣେ କିମ୍ପା ମାତୃଭାଷା ଭୂଲି
ପରଭାଷେ ରଚୁ ତୁହି ॥୨॥
ଚାକିରୀ କରିବା ପର'ର ଖଟିବା
ଦୁହେଁ'ତ ଗୋଟିଏ ଗୁଣ
ନିଜ ଭାଷା ଭୂଲି ରଚନା ରଚିଲେ
ଜ୍ଞାନୀ'କି ବୋଲିବେ ଜନ ?
ନିର୍ଲଜ ସମ ଏ ପଣ ॥୩॥
ପେଟ ପୋଷେ ଦୋଷ ତିଳେ ନାହିଁ ଜମା
ଛାଡି'ତୁ ପାରୁ ବେଉସା
ହେଲେ ଅକାରଣେ କିବା ପ୍ରୟୋଜନେ
ବାପକୁ ଡାକୁ ମଉସା ॥୪॥
ତୋ'ଭାଷା ଲିପିକୁ ଯେଉଁ ଛୋଟଲୋକ
ଝିଲାପି'ର ଆଖ୍ୟା ଦିଏ
ତା'ପାଇଁ କିମ୍ପା ତୋ ସରାଗ ବଢୁଛି
ଜାତିବାଦୀ ପରା ସିଏ ॥୫॥
ଦେଖିନୁ'କି ତୁହି ପିକ ଆଉ ଶାରୀ
ପ୍ରେମ କରି ପରଭାଷା
ବନ୍ଦି ଜୀବନକୁ ଆଦରନ୍ତି ସେହି
ସାହା ନାହିଁ ବନ୍ଧୁ,ସଖା ॥୬॥
ମାଆର ସମ୍ମାନ ରଖେନି ଯୋ' ଜନ
ମହାମୁର୍ଖ ସେ ଅଜ୍ଞାନୀ
କି'ଲାଭ ପାଇବୁ ନା'ଯଶ ଲଭିବୁ
ଶେଷେ ଥୁଆ ଆତ୍ମଗ୍ଳାନୀ ॥୭॥
ମାତୃଭାଷା ଭୂଲି ହୁଅନା ଖିଆଲି
September 02, 2017
0
