ପ୍ରସନ୍ନ କୁମାର ମାଦଳା
ଘ.ନଂ- ଏଫ୍/୧୩, ସେକ୍ଟର-୪
ରାଉରକେଲା- ୭୬୯୦୦୨
ଫୋନ୍- ୭୯୭୮୧୯୨୨୨୭
ଦଶହରା ଯାଇ କୁଆଁର ପୁନେଇଁ ସରିଲା
କାଲୁଆ ପବନ ଉତ୍ତର ପଟରୁ ବହିଲା
ମିଛେ ରଡି ଛାଡି ଧଳା ମେଘମାଳ ଫେରିଲା
ଆକାଶ ନିର୍ମଳ ବେଳ ଥାଉଁ ସଂଜ ଆସିଲା ।
ସବୁଜ କ୍ଷେତରେ ଧାନ ଥିରି ଥିରି ଥରିଲା
ବେଙ୍ଗ ରଡି ଆଉ ଶୁଭୁନି ଗାତକୁ ପଶିଲା
ସକାଳ ସୂରୁଯ ଡେରିରେ ନିଦରୁ ଉଠିଲା
ଅଳପ କିରଣେ କଅଁଳ କୁସୁମ ହସିଲା ।
ଚଷାପୁଅ ଟିକେ ଶାନ୍ତିରେ ନିଶ୍ବାସ ମାରିଲା
ସଅଳ ସଅଳ ପାକଳ ଧାନକୁ ଦେଖିଲା
ଗୋରୁ ବଳଦଙ୍କୁ ଚହଟ ଚିକଣ ରଖିଲା
ଧାନ କଟା ପାଇଁ ଦା'ର ଧାର ପରଖିଲା ।
ବେଳ ଗଡିଗଲେ ଦେହ ସିରି ସିରି ଲାଗିଲା
ଶୀତ ଲୁଗାପଟା ମାଆ ତ ପେଡିରୁ କାଢିଲା
ପଖାଳ କଂସାରେ ଗରମ ଭାତକୁ ବାଢିଲା
ପଣତ କାନିରେ ଭାଇର ସିଂଘାଣି ପୋଛିଲା ।
ଜହ୍ନର ଜୋଛନା ଆକାଶେ ଝଲସ କରିଲା
ବୁଢୀ ମାଆ ମୋର କାର୍ତ୍ତିକ ହବିଷ ରଖିଲା
ନଦୀ ନିରିମଳ କାଚକେନ୍ଦୁ ଜଳ ଦିଶିଲା
ପଠାରେ ହଲିଲା କାଶତଣ୍ଡୀ ଫୁଲ ଝଡିଲା ।
ପୂଜାଛୁଟି ଗଲା ଶୀତ ମରତକୁ ଅଇଲା
ଦେଉଳେ ଦିଅଁଙ୍କ ଉଛବ ମୁଖର ହୋଇଲା
ବାସହୀନ ଜନ ମଥାକୁ ଭାଳେଣି ପଡିଲା
କନ୍ତରା କନାକୁ ସାଉଁଟିଣ ଦିନ ଗଡିଲା ।
ଶୀତ ଆସିଲା - ପ୍ରସନ୍ନ କୁମାର ମାଦଳା
August 21, 2017
0
