ବିକେଶ କୁମାର ସାହୁ
ଭୁସଲାର୍ଡ, ସିନ୍ଧେକେଲା, ବଲାଙ୍ଗୀର

ଝିଅ ଟିଏ
ସତରେ ସଜ ଫୁଟା ଫୁଲଟିଏ
କେବେ ସେ ମଉଳି ଯାଏନି
ସବୁବେଳେ ଦିଶୁଥାଏ
ଦପ ଦପ ଚେହେରା ଟି ତାର ।
ଚନ୍ଦ୍ର `କେବଳ ପୂର୍ଣ୍ଣିମାରେ
ଦେଖିବାକୁ ସୁନ୍ଦର
କିନ୍ତୁ ଝିଅ ଟିର ମୁହଁରେ
କେବେ ଲାଗେନି ଗ୍ରହଣ
ଅମାବାସ୍ୟା ହେଉକି ପୂର୍ଣ୍ଣିମା
ମନ ମହୁଥାଏ ପ୍ରତିଟି ସମୟରେ
ତାର ସେଇ ଚକାଚାନ୍ଦ ମୁହଁ ।
ଝିଅ ଟିଏ ଥିଲେ ଘରେ
ଲାଗେ ସତେ ସ୍ଵର୍ଗପୁର
ତାର ଖିଲିଖିଲି ହସରେ
ହସି ଉଠେ ଘରଟା ସାରା ।
ତାର ପ୍ରତିଟି ରାଗ ରୂଷା
ଅଭିମାନରେ ଭରି ରହିଥାଏ
ଅପୂର୍ବ ଆନନ୍ଦର ଲହରୀ ।
ବାସ୍ତବରେ ଝିଅଟି ଘରର ଲକ୍ଷ୍ମୀ
ଘରର ପ୍ରକୃତ ଶୀରି
ଘରର ଅମୂଲ୍ୟ ହୀରାଟିଏ
ଅମୂଲ୍ୟ ମାଣିକ୍ୟ ଟିଏ ।
ସେ ତ ଝିଅଟିଏ ।