ପବିତ୍ର ମୋହନ ଦାଶ, ଇଂରାଜୀ ଅଧ୍ୟାପକ
ଶାସ୍ତ୍ରୀ ସ୍ମୃତି ଡିଗ୍ରୀ ମହାବିଦ୍ୟାଳୟ, ବାଲିପୁଟ, ପୁରୀ

ବୋକା ହୋଇ ଜନ୍ମିଥିଲି
ସେମିତି ରହିଗଲି ଚିରକାଳ ।

ଶବମାନ ବ୍ୟବଚ୍ଛେଦ କରି
ଖୋଜି ବସିଲି ହୃତସ୍ପନ୍ଦନ
ମଣିଷ କହି ଅମର୍ଯ୍ୟାଦା କଲି ଅବତାରଙ୍କର ।

କୁମ୍ଭୀରକୁ ଡଙ୍ଗା ମଣି
ବସି ପଡିଲି ପିଠିରେ,
ଘାତକକୁ ଦୁଃଖ କହିଲି
ମନେକରି ମରମୀ ଦୋଷର ।

ବୈଶାଖର ଆକାଶରେ
କଳ୍ପନା କଲି ଇନ୍ଦ୍ରଧନୁ
ଶୁଖଲା ହାଡକୁ ଧରି
ଜୀବନ୍ୟାସ ମନ୍ତ୍ର ପଢିଲି ବାରମ୍ବାର ।