ଦାଶରଥି ସାହୁ
କଳମ୍ବ, ବଡସାହି, ଗଞ୍ଜାମ

ବୈଶାଖ ଆକାଶୁ ଅସହ୍ୟ ଅନଳ
ବିଶାଦେ ଜୀବ ଜଗତ
ବିଦୀର୍ଣ୍ଣ ମନ ବାୟୁ ବିନା ଜୀବନ
ବକ୍ଷ ବିନା ଲକ୍ଷ୍ୟଚ୍ୟୁତ ॥

ଲକ୍ଷ୍ୟଚ୍ୟୁତ ଆଜି ଶୀତଳ ପବନ
ଲଭିଛି ଝାଞ୍ଜି ବୈଶାଖୀ
ଲୋତକୁ ସବୁରି ଲୁହ ଝରୁଅଛି
ଲାଗେ ଜୀବନ ଅସୁଖୀ ॥


ଅସୁଖୀ ଆହ୍ଵାନେ ସବୁରି ଜୀବନ
ଆର୍ତ୍ତ ଚିତ୍କାରରେ ଭରା
ଅସହାୟ ହୃଦୟ ହୁଏ ଅଥୟ
ଅମାପ ଅନଳେ ଧରା ॥

ଧରା ହସୁଥିବ ଧୀର ପବନରେ
ଧସେଇବ ଯେତେ ଦୁଃଖ
ଧସିଗଲେ ଦୁଃଖ ହସୁଥିବ ଓଠ
ଧନ୍ୟ ହେବ ଏ ଜଗତ ॥