ବିକେଶ ସାହୁ
ଭୁସଲାର୍ଡ, ସିନ୍ଧେକେଲା, ବଲାଙ୍ଗୀର
ଦୂରଭାଷ - ୭୭୫୨୦୬୬୨୧୭

ହେ ଜାତିର ପିତା ଦେଖୁଛ ତ ଆଜି
ନାହିଁ ଅହିଂସା ତୁମର
ହିଂସା ବଳେ ଆଜି ବଳୁଆନ ହୋଇ
ମାତିଲାଣି ଏ ମଣିଷ ।
ତୁମ ରାମରାଜ୍ୟ ନେଲାଣି କେମିତି
ରାବଣ ରାଜ୍ୟର ରୂପ
ଶହ ଶହ ଆଜି କେତେ ଯେ ରାବଣ
ହୋଇଛନ୍ତି ଛଦ୍ମବେଶ ।
ଯେଉଁ ରାମରାଜ୍ୟ ଦେଖିଲ ସପନ
ହେଲାନି ତ ତାହା ସତ
ରକ୍ଷକ ଯେ ଆଜି ସାଜିଛି ଭକ୍ଷକ
କାହାକୁ କହିବୁ ଦୁଃଖ ।
ନାହିଁ ଏଠି ଶାନ୍ତି ନାହିଁ ଏଠି କ୍ଷମା
ନିଇତି ମରେ ସୈନିକ
ରାଜ୍ୟେ ରାଜ୍ୟେ ଆଜି ଚାଳିଛି ବିବାଦ
ଏକତା ତ ପ୍ରତିହତ ।
ପଲ୍ଲୀ ଆଜି ଆଉ ପଲ୍ଲୀ ହୋଇ ନାହିଁ
ନାହିଁ ଆଉ ସେ ଶାନ୍ତତା
ରାଜନେତାଙ୍କର କରାଳ କବଳେ
ଭଙ୍ଗ ହେଲାଣି ଏକତା ।
ତୁମ ସର୍ବଶିକ୍ଷା ନାହିଁ ଜାତିପିତା
ଶିଶୁ ସାଜିଛି ଶ୍ରମିକ
ଜଙ୍ଗଲକୁ କାଟି ବସେ କାରଖାନା
ଚାଷୀ ଛାଡ଼ିଲାଣି ଚାଷ ।
ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି
ପାଏନି ଆଜି ଶ୍ରମିକ
ସବୁ ଟଙ୍କା ଲୁଟେ ଗାଁ ରାଜନେତା
ଶ୍ରମିକ ଯାଏ ବିଦେଶ ।
ଯେଉଁ ଦେଶ ନାରୀ ପାଉଥିଲା ପୂଜା
ଆଜିସେ ହୁଏ ଲାଂଛିତ
ସାଧାରଣଙ୍କୁ ଏଠି ପଚାରେନି କେହି
ବଡ ବଡ଼ିଆଙ୍କ ରାଜ ।
ଇଏ କିପ୍ରକାର ଗଣତନ୍ତ୍ର ରାଷ୍ଟ୍ର
ଜନତା ଭୋଗୁଛି ଦୁଃଖ
ଦେଖ ଦେଖ ହେ ଜାତିର ପିତା
ହିଂସାରେ ଚାଳେ ଭାରତ ।
ହିଂସାରେ ଚାଳେ ଭାରତ....