ଇଂ ଦୀପ୍ତି ରଞ୍ଜନ ପଣ୍ଡା, ନିର୍ବାହୀ ଯନ୍ତ୍ରୀ
ଜଳସଂପଦ ବିଭାଜନ, ଖୋରଧା

ସହସ୍ର ନାମକୁ ମନେ ରଖିବାଟା ନୁହେଁ ତ ପ୍ରଭୁ ସହଜ
ବିକଳ ସମୟେ ଷୋଳଟି ନାମକୁ ଯଥା ସମୟରେ ଭଜ ॥୧॥
ବିଷ୍ଣୁ ବିଷ୍ଣୁ ବୋଲି ନିଶ୍ଚୟ ଜପିବ ଔଷଧ ଖାଇବାବେଳେ
ଖାଇବା ସମୟେ ଡାକ ଜନାର୍ଦ୍ଦନ ଖାଇବାରେ ତୃପ୍ତି ମିଳେ ॥୨॥
ଶୋଇବା ବେଳରେ ସ୍ମରଣ କରିବ ନାମ ତାଙ୍କ ପଦ୍ମନାଭ
ବିବାହ ବେଳରେ ପ୍ରଭୁ ପ୍ରଜାପତି ଦାମ୍ପତ୍ୟ ସୁଖଦ ହେବ ॥୩॥
ଯୁଦ୍ଧ ସମୟରେ ଭୁଲିଯିବ ନାହିଁ ତାଙ୍କ ନାମ ଚକ୍ରଧର
ପ୍ରଭାସ କ୍ଷେତ୍ରରେ ଜପି ତ୍ରିବିକ୍ରମ ନିଶ୍ଚେ ପାଇବ ଉଦ୍ଧାର ॥୪॥
ମୃତ୍ୟୁବେଳେ ଯଦି ତରିବାକୁ ଚାହଁ ଡାକ ପ୍ରଭୁ ନାରାୟଣ
ପ୍ରିୟାତ୍ମକ କାଳେ କେବେ ଭୁଲିବନି ଶ୍ରୀଧର ତାଙ୍କର ନାମ ॥୫॥
ଦୁଃସ୍ଵପ୍ନ କାଳରେ ଭଜିବ ଗୋବିନ୍ଦ ଆନନ୍ଦ ହୋଇବ ମନ
ସଙ୍କଟ ବେଳରେ କେବଳ ହିଁ ଡାକ ପ୍ରଭୁ ଶ୍ରୀ ମଧୁସୂଦନ ॥୬॥
ବଣରେ ବିପଦ ଟାଳିବାକୁ ଥିଲେ ପ୍ରଭୁ ନରସିଂହ ଡାକ
ଜଳଶାୟୀନ ସେ ସ୍ମରଣ କରିବ ଅଗ୍ନିର କମିବ କୋପ ॥୭॥
ବରାହ ଡାକିଲେ କେବେହେଲେ ଜଳ କିଛି କ୍ଷତି କରିବନି
ପର୍ବତରେ ଥିଲେ ଶ୍ରୀ ରଘୁନନ୍ଦନ ନାମକୁ ତ ଭୁଲିବନି ॥୮॥
ଯାତ୍ରାର ବେଳରେ ଶୁଭପାଇଁ ନିଶ୍ଚେ ସ୍ମରିବ ସଦା ବାମନ
ସମସ୍ତ କାର୍ଯ୍ୟରେ ଭଜିଲେ ମାଧବ ଭଲରେ ହେବ ସମ୍ପନ୍ନ ॥୯॥
ଷୋଳଟି ନାମକୁ ଜମା ଭୁଲିବନି ଜପୁଥିବ ନିରନ୍ତର
ରୋଗ ପାପ କଷ୍ଟ ସବୁ ଚାଲିଯିବ ଶେଷେ ଯିବ ବିଷ୍ଣୁପୁର ॥୧୦॥