ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ଅବସରପ୍ରାପ୍ତ ପୋଲିସ ଅଧିକାରୀ
ମଙ୍ଗଳାଯୋଡି, ଖୋରଧା, ଦୁରଭାଷ : ୯୪୩୮୩୯୨୮୦୨
ମୋ ଗାଁ କେତେ ମନୋହର ଆହା ରୂପ ତା ଅଭୂଲା ଭୂଲା,
ମନେପଡେ ତାର ଅପରୂପ ରୂପ, ରୂପ ତାର ଅପାଶୋରା ॥
ତା କୋଳେ ଜନମି ଧନ୍ୟ ମଣଇ ମୁଁ ଯେ କେତେ ଭାଗ୍ୟବାନ,
ଯା ପାଣି ପବନେ ବଢିଛି ମୋ ବପୁ ହୋଇଛି ମୁଁ ବଳବାନ ॥
ମୋ ଗାଁ ଶିରୀ ପାହାଡ ଝରଣା ତୋଟାମାଳ ନଈକୁଳ,
ପୂଣ୍ୟ ଦେବାଦେବୀ ମନ୍ଦିର ସୁନ୍ଦର ଭାଗବତଟୁଙ୍ଗୀ ଘର ॥
ଜେଜେ, ବାପା, ମାଆ, ଦାଦା, ଖୁଡୀ ସ୍ନେହ ଭାଈ ଭଉଣୀ ଆଦର,
ଭୁଲିନାହିଁ ସେହି ଅଭୂଲା ଚିତ୍ର ଆହା କେଡେ ଆପଣାର ॥
କିଚିରି ମିଚିରି ଘରଚଟିଆ ତ ପ୍ରଭାତୀ ବନ୍ଦନା ଗାଇ,
କାଉ, କୁମ୍ଭାଟୁଆ ଶବଦ ଚହଳେ ଗାଁ ଉଛୁଳି ଉଠଇ ॥
ଚଷାଭାଈ ହଳଲଙ୍ଗଳ ସଜାଡି ପଲ୍ଲୀଗୀତ ଯାଏ ଗାଇ,
ବଇଁଶୀ ବଜାଇ ଗାଈଆଳ ପୁଅ ଗାଈଗୋଠ ଯାଏ ନେଇ ॥
ଘଣ୍ଟ ଘଣ୍ଟା ଘଣ୍ଟି ଶବଦେ ଓଁକାର ବେଦମନ୍ତ୍ର ମହାଭୋଳେ,
ଉତଫୁଲିତ ହୋଇ ଉଠଇ ମୋ ଗାଁ ଆହାକି ଆନଦଭୋଳେ ॥
ଧୂପ, ଦୀପ, ଫୁଲ ସୁଗନ୍ଧେ ପବନ ହୋଇଉଠେ ସୁରଭିତ,
ସେ ଗନ୍ଧେ ଜୀବନ ହୁଅଇ ଅଧୀର ପ୍ରାଣ ହୁଏ ଉଲ୍ଲସିତ ॥
ପୁନିଅଁ, ପରବ, ରଜ, ଦଶହରା ଚଇତେ ଚଇତି ଯାତ,
ଆନନ୍ଦ ଅପାର ନାହିଁ ପଟାନ୍ତର ଅଭୂଲା ସାଥୀ, ସଙ୍ଗାତ ॥
ସେହି ମୋର ଗାଁ ସେହି ମୋର ମା ତାକୋଳେ ମୋର ଜନମ,
ସେହି ମାଟି ମୋର ସରଗଠୁ ବଳି ସେ ମାଟି ମୋର ଚନ୍ଦନ ॥
- ମୂଳପୃଷ୍ଠା
- ପୂର୍ବ ପ୍ରକାଶିତ
- _କବିତା
- _କ୍ଷୁଦ୍ରଗଳ୍ପ
- _ପ୍ରବନ୍ଧ
- _ରମ୍ୟ ରଚନା
- _ପୁରାଣ କଥା
- _ଶିଶୁ ସାହିତ୍ୟ
- __ଛବିଟିକୁ ଗୀତଟିଏ
- __ଶିଶୁଗଳ୍ପ
- __ଶିଶୁ କବିତା
- __ପଞ୍ଚତନ୍ତ୍ର କାହାଣୀ
- _ବହିପତ୍ର
- __ବଣମଲ୍ଲୀ ଇ-ବୁକ
- __ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
- __କବିତା କଲ୍ଲୋଳିନୀ
- __ଲାବଣ୍ୟବତୀ
- __ବୈଦେହୀଶ ବିଳାସ
- __ରସକଲ୍ଲୋଳ
- __ମନବୋଧ ଚଉତିଶା
- __କିଶୋର ଚନ୍ଦ୍ରାନନ ଚମ୍ପୁ
- __ତପସ୍ଵିନୀ
- __ସାରଳା ମହାଭାରତ
- ୱେବ ରେଡିଓ
- ଇଭେଣ୍ଟ
- ନୂତନ ସଂସ୍କରଣ
- ସାହିତ୍ୟ ସଂସ୍କୃତି ଖବର
0 Comments
You can write now your valuable comments here. Off-topic comments may be removed or deleted without prior notice.