ସନ୍ତୋଷ ପଟ୍ଟନାୟକ
ବେଗୁନିଆପଡା, କୋଦଳା, ଗଞ୍ଜାମ
ନିଦାଘ ନିଆଁରେ ଜଳେ ଜନମନ
ବୈଶାଖ ଆସିବା ବେଳୁ
ଆଗୋ ଶୋଭାମୟୀ ଶୀତଳ ବାସିନୀ
ପ୍ରଣତୀ ଧରଣୀ କୋଳୁ ॥
ତୁମରି ପଥକୁ ରହିଛି ଅନେଇ
ହୃଦୟ ଯାଉଛି ଜଳି
ଅସହ୍ୟ ହେଲାଣି ରୌଦ୍ରତାପ ଜ୍ଵାଳା
ତୁମେକି ପାରୁନ କଳି ॥
ହୋଇ ଉପସ୍ଥିତ ଜନମନ ତୋଷ
ଫେରିଯାଉ ଏ କଷଣ
ତୁମରି ସ୍ପର୍ଶରେ ପ୍ରକୃତି ଶୋଭିତ
ଜାଗି ଉଠୁ ପ୍ରତି ପ୍ରାଣ ॥