ଇଂ ଦୀପ୍ତି ରଞ୍ଜନ ପଣ୍ଡା, ନିର୍ବାହୀ ଯନ୍ତ୍ରୀ
ଖୋର୍ଦ୍ଧା ଜଳସେଚନ ବିଭାଜନ, ଖୋର୍ଦ୍ଧା

ଏନ୍ତୁଡିଶାଳରୁ ମଶାଣିର ଯାଏଁ
ଜୀବନର ଗତିପଥ
କେବେହେଲେ ଏହା ନୁହେଁ ତୂଳୀତଳ୍ପ
ସଦା ଅଟେ କଣ୍ଟକିତ ॥

ହୋଇପାରେ ଧନୀ ଅବା ସେ ଗରିବ
ବାଟ ସଭିପାଇଁ ଏକା
ସୁଖ ଅବା ଦୁଃଖ ଏସବୁ ଭେଳିକି
ଆମ୍ଭେମାନେ ସବୁ ବୋକା ॥


କେତେ ବାଧାବିଘ୍ନ ଅତିକ୍ରମ କଲେ
ସରେ ଅଙ୍କାବଙ୍କା ପଥ
ସଭିଏଁଙ୍କୁ ନିଶ୍ଚେ ଚାଲିବାକୁ ପଡେ
ହେଉପଛେ ଯେତେ କଷ୍ଟ ॥

ଶରୀର ଭିତରେ ବାୟୁର ପ୍ରବେଶ
କୁହନ୍ତି ସର୍ବେ ଜନମ
ଶରୀର ଭିତରୁ ବାୟୁର ବିଦାୟ
ଜାଣନ୍ତି ଏହା ମରଣ ॥


ଜନମ ସମୟେ ଲଙ୍ଗଳା ସରବେ
ନଥାଏ କା’ର ସମ୍ପତ୍ତି
ମରଣ ସମୟେ କିଛି ନିଏ ନାହିଁ
ରଖିଯାଏ ଯଶ କୀର୍ତ୍ତି ॥

ମାୟା ସଂସାରରେ କେବେହେଲେ କିଏ
ହୁଅ ନାହିଁ ବିଚଳିତ
ପ୍ରଭୁ ନାମ ନେଇ କରିଚାଲ କର୍ମ
ସଦା ଅନ୍ୟଙ୍କର ହିତ ॥