ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର
ମଙ୍ଗଳାଯୋଡି, ଖୋରଧା

ମୋ ଦେଶ ସୈନିକ ଶହୀଦ ହୁଅନ୍ତି ସୀମାନ୍ତେ ବିଭସ୍ଛ ଦୃଶ୍ୟ
ଛାତି ଚହଲା ସେ ବର୍ବର ଚିତ୍ର ମାରନ୍ତି ମିଳି ରାକ୍ଷସ ॥
ଦେବଭୂମି ଏଇ ଭାରତ ଭୁଇଁର ଦେବ ପ୍ରତିମ ଯବାନ
ପାକିସ୍ଥାନୀ ବଳ ଯକ୍ଷ ସମ ଆସି ନିଅନ୍ତି କେତେ ଜୀବନ ॥

ସହି ସହି ଆମେ ପଥର ହେଲୁଣି ଆଉ କହ କେତେ ସହିବା
ବେଳୁ ବେଳ ଆସି କରନ୍ତି ଅସୁରେ ଜଘନ୍ୟ ଦାରୁଣ ଲୀଳା ॥
ମା କାନ୍ଦେ ଏଠି ସିମନ୍ତିନୀ କୋହ ହୃଦୟ ଦିଏ ବିଦାରି
ପିତୃହରା ପୁତ୍ରକନ୍ୟାଙ୍କ ରୋଦନ ମାଟି ଯାଉଅଛି ଥରି ॥

ଗଗନ ପବନ ଆକାଶ ପାତାଳ କ୍ରନ୍ଦନ ବୀଣାର ସ୍ଵର
ଗୁଞ୍ଜରୀ ଉଠଇ ଥରିଉଠେ ମହୀ ସ୍ଵର ଆହା କି ବିକଳ ॥
ତେବେବି ଆମେତ ସଂଯମତା ରକ୍ଷା କରି ଚାହିଁ ବସିଅଛୁ
ସହାନୁଭୂତିର ହାତ ବଢାଇବା ପାଇଁ ଆହ୍ଵାନ ଦେଉଛୁ ॥

ଆମ କଥା କାମ ଦେଖି ପାକିସ୍ଥାନ ଦୁର୍ବଳ ପଣରେ ଗଣେ
ବେଲୁବେଳ ତାର ଉଦ୍ଧତ ଆମକୁ ଦୁଃଖ ଦରିଆକୁ ଟାଣେ ॥
ଏବେଠାରୁ ସାବଧାନେ ସଜବାଜ ହୁଅ ହେ ଭାରତବାସୀ
ନହଲେ ଅଦିନେ ଦୁଃର୍ଦ୍ଦିନ ଆସିବ ଭାସି ଯାଇପାରେ ଖୁସି ॥