ପ୍ରସନ୍ନ କୁମାର ମଙ୍ଗରାଜ
ଭଜାଗଡ, ଖୋରଧା
କିଏ ବା କହିବ ବସନ୍ତ ଆସିଲେ
କାହିଁକି କୋଇଲି କୁହୁ କୁହୁ ରାବେ ॥
କିଏ ବା କହିବ ଫଗୁଣ ଆସିଲେ
ଆମ୍ବ ବଉଳଯେ କାହିଁକି ବାସେ ॥
ଆମେ ବା କିପରି ବୁଝିବା କହିବା
ବିଚିତ୍ର ପ୍ରକୃତି ଲୀଳା ଖେଳା ଅବା ॥
ଭଲ ପାଉଥାଏ ଆମକୁ ସେ ନିତି
ଦେଖୁଛି କିଏ ତା ଦୂରାବସ୍ଥା ସ୍ଥିତି ॥
ଏ ମୂର୍ଖ ମଣିଷ ସବୁ ଜାଣି ଶୁଣି
କରୁଅଛି ନଷ୍ଟ ପ୍ରକୃତିର ମଣି ॥
ସଜାଗ ନହଲେ ଆସିବ ପ୍ରଳୟ
କେହି ରହିବେନି ଘଟିବ ବିଲୟ ॥