ଇଂ ଦୀପ୍ତି ରଞ୍ଜନ ପଣ୍ଡା, ନିର୍ବାହୀ ଯନ୍ତ୍ରୀ
ଖୋର୍ଦ୍ଧା ଜଳସେଚନ ବିଭାଜନ, ଖୋର୍ଦ୍ଧା
ତିରିଶି ବରଷ ହେଲା ବୋଉକୁ ଦେଖିନି
ତାହାର ଛବିକୁ ମୁହିଁ ଭୁଲିବି ପାରୁନି ॥
ବୋଧହୁଏ ମୋର ପାପ ଅଧିକ ଥିବାରୁ
ମାତୃହରା କଷ୍ଟ ଭୋଗେ ଉଣିଶି ବର୍ଷରୁ ॥
ପ୍ରଥମ ସୃଷ୍ଟି ମୋହର ବୋଉର ଗର୍ଭରେ
ପ୍ରଥମ ପରଶ ମୋର ବୋଉର କୋଳରେ ॥
ପ୍ରଥମ ଖାଦ୍ୟ ପାଇଛି ତାହାରି ଛାତିରୁ
ପ୍ରଥମ ଗୀତ ଶୁଣିଛି ତାହାରି ମୁହଁରୁ ॥
ପ୍ରଥମ ପ୍ରେମ ପାଇଛି ବୋଉର ପାଶରୁ
ଯାହାବି ତ୍ୟାଗ ଶିଖିଛି ମୋର ବୋଉଠାରୁ ॥
ସ୍ଵାର୍ଥର ବଳିଦାନ ମୋର ଜୀବନରେ
ଜାଣିଅଛି ଦେଖିଅଛି ବୋଉର ତ୍ୟାଗରେ ॥
ମୋର ଜୀବନରେ ଖାଲି ବୋଉ ମୋ ନିଜର
ତା’ର ବିନା ମୋ ଜୀବନ ଅଟଇ ଅସାର ॥
ଭଗବାନଙ୍କ ନିକଟେ ମୋହର ଗୁହାରୀ
ମାତୃହରା କଷ୍ଟ କେହି ନପାଉ ମୋ’ପରି ॥
ମୋ ବୋଉ - ଇଂ ଦୀପ୍ତି ରଞ୍ଜନ ପଣ୍ଡା
March 14, 2017
0