ଇଂ ଦୀପ୍ତି ରଞ୍ଜନ ପଣ୍ଡା, ନିର୍ବାହୀ ଯନ୍ତ୍ରୀ
ଖୋର୍ଦ୍ଧା ଜଳସେଚନ ବିଭାଜନ, ଖୋର୍ଦ୍ଧା

ଅଚିନ୍ତା ଥାଏ ତୋର ଭକ୍ତ ।
ଅଭଡା ତୋହର ଅମୃତ ॥
ଆକାଶ ପରି ତୁହି ବ୍ୟାପ୍ତ ।
ଆଶିଷ ମାଗେ ଜଗନ୍ନାଥ ॥
ଇଚ୍ଛାରେ ଚାଲେ ଏ ସଂସାର ।
ଇଷ୍ଟ ତୁ ଆମ୍ଭ ସଭିଙ୍କର ॥
ଈଶ୍ଵରନିଷ୍ଠ ତୋ ଭକତ ।
ଈଷିତ କରୁଣାରେ ତୁଷ୍ଟ ॥
ଉଚ୍ଚତା କଳନା ତୋହର ।
ଉତ୍ତର ବଡ କଷ୍ଟକର ॥
ଊନର ମନେ ଜଳଦେଉ ।
ଊର୍ମୀର ଭାଉକୁ କମାଉ ॥
ଋଣୀ ତୋ ପାଖେ ତୋ ଭକତ ।
ଋଣକୁ ଦେଇ ତୁ ମହତ ॥
ଏକତା ତୋର ମୂଳମନ୍ତ୍ର ।
ଏକଇ ବ୍ରହ୍ମ ତୁ ପବିତ୍ର ॥
ଐଶାନ୍ୟ କୋଣେ ତୋର ବାସ ।
ଐଶ୍ଚର୍ଯ୍ୟ ଦେଇ କରୁ ତୋଷ ॥
ଓମ ରୁ ତୁହି ପରଂବ୍ରହ୍ମ ।
ଓଡିଆ ଜାତିର ତୁ ପ୍ରାଣ ॥
ଔଷଧ ଲୋଡୁ ଅଣସରେ ।
ଔତ୍କଳୀ ତୋତେ ସଦା ଝୁରେ ॥
କରୁଣାସାଗର ଶ୍ରୀହରି ।
କଳାଠାକୁର ନରହରି ॥
ଖଣ୍ଡିତ ଦିଶେ ତୋ ବିଗ୍ରହ ।
ଖର୍ବନାଶନ ଅତିକାୟ ॥
ଗରୁଡ ଯାହାର ବାହନ ।
ଗଜକୁ କଲୁ ଉଦ୍ଧାରଣ ॥
ଘରଣୀ ଲକ୍ଷ୍ମୀ ସରସ୍ଵତୀ ।
ଘଟତୋ ନିର୍ଦ୍ଦେଶେ ଚଳନ୍ତି ॥
ଚକ୍ରକୁ କରିଛୁ ଧାରଣ ।
ଚତୁର୍ଦ୍ଧାମୂର୍ତ୍ତି ଦରଶନ ॥
ଛପନଭୋଗୀ ହେ ଠାକୁରେ ।
ଛତିଶାନିଯୋଗ ସେବାରେ ॥
ଜଗତକର୍ତ୍ତା ଜଗନ୍ନାଥ ।
ଜଗାତୁ ଅନାଥର ନାଥ ॥
ଝଟକୁଥାଏ ଦିବ୍ୟଜ୍ୟୋତି ।
ଝଙ୍କୃତ ବିଶ୍ଵରେ ତୋ ଖ୍ୟାତି ॥
ଟଣାତ ହୁଏ ତୋର ରଥ ।
ଟଙ୍କାତୋରାଣୀ ପିଇ ତୃପ୍ତ ॥
ଠଗ ହେଉ ବା ସାଧୁ ଲୋକ ।
ଠକବି ତୋହର ସ୍ତାବକ ॥
ଡର ପଳାଏ ଆଶ୍ରାକଲେ ।
ଡକାତୁ ପଡୁ କଷ୍ଟ ହେଲେ ॥
ଢଗ ତୋ ନାମରେ ଅନେକ ।
ଢଳିବା ଚାଲି ଅପରୂପ ॥
ତଦଦ୍ଭିନ୍ନ ଅନ୍ୟଗତି ନାହିଁ ।
ତତକ୍ଷଣ ନେଉ ଆପଣେଇ ॥
ଥରେ ଦର୍ଶନ କଲାପରେ ।
ଥମେନି ତୃଷ୍ଣା ହୃଦୟରେ ॥
ଦଅଣା ଲାଗି ତୋ ଆଦର ।
ଦୟାର ତୁହି ଯେ ସାଗର ॥
ଧନ ସମ୍ପତ୍ତି ଲୋଡା ନାହିଁ ।
ଧର୍ମାତ୍ମା କର ଭାବଗ୍ରାହୀ ॥
ନବଯୌବନ ବେଶ ପରେ ।
ନଦିନ କାଟୁ ସ୍ଵଗୃହରେ ॥
ପଞ୍ଚୁକ ଯେବେ ଛଅଦିନ ।
ପଡେତ ବେଶ ନାଗାର୍ଜୁନ ॥
ଫଗୁଣ ପୂର୍ଣ୍ଣିମାର ଦିନ ।
ଫଗୁ ଖେଳୁତୁ ଜନାର୍ଦ୍ଦନ ॥
ବଡସିଂହାର ଶ୍ରେଷ୍ଠ ବେଶ ।
ବଡ ରଥ ତୋ ନନ୍ଦିଘୋଷ ॥
ଭଉଁରୀ ଯାତେ ଚାପ ଖେଳୁ ।
ଭକତ ପାଇଁ ସବୁ କରୁ ॥
ମଉଡମଣି ଜଗତର ।
ମଙ୍ଗଳ କରୁତୁ ସବୁର ॥
ଯକ୍ଷ, ଗନ୍ଧର୍ବ ସେ କିନ୍ନର ।
ଯଜନ୍ତି ପାଦପଦ୍ମେ ତୋର ॥
ରକ୍ଷା କରୁତୁ ଭଗବାନ ।
ରତ୍ଣବେଦୀରେ ସିଂହାସନ ॥
ଲକ୍ଷପତି ବା ସେ ଭିକାରୀ ।
ଲଭନ୍ତି କରୁଣା ତୋହରି ॥
ଶଙ୍ଖକ୍ଷେତ୍ରରେ ତୋର ବାସ ।
ଶରଣାୟୀତ ଚିତ୍ତ ତୋଷ ॥
ଷଡାକ୍ଷର ତୋ ଯେ ଜପନ୍ତି ।
ଷଡରିପୁ ତା ବଶେ ଥାନ୍ତି ॥
ସକଳ ଘଟେ ତୁହି ଥାଉ ।
ସକଳତୀର୍ଥ ମହାବାହୁ ॥
ହରି ତୁ ଦେଉ ସର୍ବ ସୁଖ ।
ହରଣକରୁ ଆମ ଦୁଃଖ ॥
କ୍ଷମତା ତୋର କେ କଳିବ ।
କ୍ଷମାନିଧି ତୁ ବାସୁଦେବ ॥