ଇଂ ଦୀପ୍ତି ରଞ୍ଜନ ପଣ୍ଡା, ନିର୍ବାହୀ ଯନ୍ତ୍ରୀ
ଖୋର୍ଦ୍ଧା ଜଳସଂପଦ ବିଭାଜନ, ଖୋର୍ଦ୍ଧା


ଭୀମ ଓ ହନୁମାନ ପବନଙ୍କ ପୁତ୍ର ହୋଇଥିବାରୁ ସେ ଦୁହେଁ ଦୁଇଭାଇ ଅଟନ୍ତି । ପାଣ୍ଡବମାନେ ବନବାସରେ ଥିବା ସମୟରେ ଭୀମ ହିମାଳୟକୁ ଗମନ କରୁଥିବା ବେଳେ ଜଣେ ଦୁର୍ବଳ ବୃଦ୍ଧ ମାଙ୍କଡ ତାର ଲାଞ୍ଜକୁ ରାସ୍ତାର ଉପରେ ସଂପୂର୍ଣ୍ଣ ଲମ୍ବାଇ ବସି ରହିଛି । ଗୋଟିଏ ପ୍ରାଣୀର ଶରୀରକୁ ଡେଇଁ ଆଗକୁ ଯିବା ଠିକ ହେବନାହିଁ ଭାବି ଭୀମ ସେଠାରେ ଅଟକିଲେ । ଭୀମ ହନୁମାନଙ୍କର ପ୍ରକୃତ ପରିଚୟ ନଜାଣି ରାସ୍ତାରୁ ଲାଞ୍ଜ ହଟାଇବାକୁ କହିଲେ । ଉତ୍ତରରେ ହନୁମାନ କହିଲେ, ମୁଁ ଗୋଟିଏ ବୃଦ୍ଧ ଏବଂ ଦୁର୍ବଳ ମାଙ୍କଡ । ଜାଣିଶୁଣି ଭୀମଙ୍କୁ ପରୀକ୍ଷା କରିବାକୁ ହନୁମାନ ତାଙ୍କର ଲାଙ୍ଗୁଡକୁ ଟେକିକରି ଚାଲିଯିବାକୁ କହିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ଭୀମଙ୍କ ଭଳି ଯେତେ ଚେଷ୍ଟା କଲେବି ହନୁମାନଙ୍କ ଲାଙ୍ଗୁଡକୁ ସାମାନ୍ୟ ଟିକିଏବି ହଲେଇ ପାରି ନଥିଲେ । ଭୀମ ଜାଣିପାରିଥିଲେ ସେ ବୃଦ୍ଧ ମାଙ୍କଡ ନିଶ୍ଚିତ ଭାବେ ଜଣେ ମହାତ୍ମା ଏବଂ ଭୀମ ହନୁମାନଙ୍କ ପାଖରେ ହାତ ଯୋଡି କ୍ଷମା ପ୍ରାର୍ଥନା ସହ ତାଙ୍କର ପରିଚୟ ଜାଣିବାପାଇଁ ଜିଜ୍ଞାସା ପ୍ରକାଶ କରିଥିଲେ । ହନୁମାନଙ୍କ ପ୍ରକୃତ ପରିଚୟ ପାଇବା ପରେ ଦୁଇଭାଇ ପରସ୍ପର ଆଲିଙ୍ଗନରେ ଆବଦ୍ଧ ହେଲେ । ସେହିଠାରେ ଭୀମ ବଡଭାଇଙ୍କୁ ତ୍ରେତୟା ଯୁଗର ସମୁଦ୍ର ଲଙ୍ଘନ ସମୟର ବିରାଟକାୟ ଭୀଷଣ ରୂପକୁ ଦେଖାଇବା ପାଇଁ ଅନୁରୋଧ କଲେ । ଭୀମଙ୍କର ଅନୁରୋଧରେ ହନୁମାନ ନିଜର ଶରୀରକୁ ପ୍ରସାରିତ କରି ତାଙ୍କର ଭୈରବ ରୂପ ଦେଖାଇଥିଲେ ।