ଇଂ ଦୀପ୍ତି ରଞ୍ଜନ ପଣ୍ଡା, ନିର୍ବାହୀ ଯନ୍ତ୍ରୀ
ଖୋର୍ଦ୍ଧା ଜଳସେଚନ ବିଭାଜନ, ଖୋର୍ଦ୍ଧା


ଏହା ହେଉଛି ଗୀତାର ସଂକ୍ଷିପ୍ତ ରୂପ । ମହାନ ଗ୍ରନ୍ଥ ଗୀତାର ଅଷ୍ଟାଦଶ ଅଧ୍ୟାୟକୁ ନବାକ୍ଷରୀ ଛନ୍ଦର ୧୮ ଗୋଟି ପଦରେ ଅତି ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି ।


ମନୁଷ୍ୟ ସଂସାର ମୋହରେ ।
ସର୍ବଦା ପଡଇ ଦ୍ଵନ୍ଦରେ ॥୧॥
କର୍ମରେ ଖାଲି ଅଧିକାର ।
ଫଳକୁ ଭାବନା ନକର ॥୨॥
କର୍ମ କରିବି ନିଃସ୍ଵାର୍ଥରେ ।
ହୋଇବ ସଂସାରୁ ଉଦ୍ଧାରେ ॥୩॥
ଅନୁଭବିଲେ ତତ୍ଵ ଜ୍ଞାନ ।
ପରମ ଶାନ୍ତି ଲଭେ ଜନ ॥୪॥
ଆତ୍ମବଡିମା କାଲେ ତ୍ୟାଗ ।
ପରମାତ୍ମାଙ୍କୁ ହୁଏ ଲାଭ ॥୫॥
ଯତ୍ନରେ କରିଲେ ସାଧନା ।
ନିଶ୍ଚିତ ସିଦ୍ଧି ସମ୍ଭାବନା ॥୬॥



ସକଳ କିଛି ଭଗବାନ ।
ଏ ତତ୍ଵ ବୁଝନ୍ତୁ ହେ ଜନ ॥୭॥
ଅନ୍ତରେ ଭଗବତ ସ୍ମୃତି ।
ପରମଗତି ହେବ ପ୍ରାପ୍ତି ॥୮॥
ପ୍ରେମେ ଯେ ପ୍ରଭୁ ଜପୁଥାଏ ।
ତାଙ୍କରି ପାଶେ ପ୍ରଭୁ ଥାଏ ॥୯॥
ସଂସାରେ ଯା ଦୃଷ୍ଟିଗୋଚର ।
ତାହାହିଁ ସର୍ବ ପ୍ରଭୁଙ୍କର ॥୧୦॥
ଅଧିକ ହେଲେ ସମର୍ପିତ ।
ପ୍ରଭୁଙ୍କ ଦର୍ଶନ ନିଶ୍ଚିତ ॥୧୧॥
ମନ ଶରୀର ଅର୍ପିଦେଲେ ।
ପ୍ରଭୁ କୋଳାନ୍ତି ତା ଭକ୍ତିରେ ॥୧୨॥



ବୁଝିଲେ ପରମାତ୍ମା ତତ୍ଵ ।
ପ୍ରାପ୍ତ ହୋଇବ ଅମରତ୍ଵ ॥୧୩॥
ତ୍ରିଗୁଣ ଅତୀତ କରିବ ।
ବନ୍ଧନୁ ମୁକତି ପାଇବ ॥୧୪॥
ପରମପଦ କଲେ ଧ୍ୟାନ ।
ପରମାତ୍ମାଙ୍କୁ ଲଭେ ଜନ ॥୧୫॥
ତ୍ୟାଗ ଦୁର୍ଗୁଣ ଦୁରାଚର
ଆବର୍ତ୍ତୁ ହୋଇବ ଉଦ୍ଧାର ॥୧୬॥
ସବୁକାର୍ଯ୍ୟର ପ୍ରାରମ୍ଭରେ ।
ପ୍ରଭୁଙ୍କୁ ଭଜିବ ଶ୍ରଦ୍ଧାରେ ॥୧୭॥
ମୁକତି ଦାତା ଭଗବାନ ।
ନିଅନ୍ତୁ ତାଙ୍କରି ଶରଣ ॥୧୮॥