ଚାରି ଯୁଗର କଥା - ଦଶରଥ ମାଝୀ

0

ସତ୍ୟଯୁଗରେ ଶିବ ଶଙ୍କର 
ନିଜେ ପିଇଲେ ବିଷ 
ପାର୍ବତୀ ସଙ୍ଗେ ବିବାହ ହେଲେ 
ପରଭୁ ଆଶୁତୋଷ ॥

ତ୍ରେତୟା ଯୁଗେ କ୍ଷୀରି ଖେଚୁଡ଼ି 
ଆହାକି ସତେ ମିଠା 
ଚଉଦ ବର୍ଷ ବନେ ରହିଲେ 
ରାମ ଲକ୍ଷ୍ମଣ ସୀତା ॥

ଦ୍ୱାପର ଯୁଗେ ଘିଅ ଖାଇଲେ 
ଯମୁନା କୂଳେ ବସି 
ରାଧାକୃଷ୍ଣଙ୍କ ପ୍ରେମ ହୋଇଲା 
ଧରି ମୋହନବଂଶୀ ॥

କଳିଯୁଗରେ ମଦ ବିୟର 
ତା'ସଙ୍ଗେ ମାଂସ ଭଜା 
ମଣିଷ ମାନେ ମୋବାଇଲ୍'ରେ 
କରନ୍ତି ପ୍ରେମ ମଜା ॥

କୁରୁମାଚୁଆଁ, ଭବାନୀପାଟଣା, କଳାହାଣ୍ଡି 
ମୋ - ୮୨୪୯୨୧୨୪୭୨

VOL.IX,  ISSUE.IX,  SEPTEMBER-2025

Published By Banamallira Mahak

Post a Comment

0Comments
Post a Comment (0)