
ମନେପଡେ ଏଇ ମେଘୁଆ ସଞ୍ଜରେ
ତୁମ ସାଥେ କିଛି ସ୍ମୃତି,
ପାଶେ ଥିଲ ତୁମେ ଦେଇଥିଲ କଥା
ହାତେ ମୋର ହାତ ରଖି ।।
ସେଇ ସଞ୍ଜ ଅଛି ସେଇ ସ୍ମୃତି ଅଛି
ଖାଲି ପାଶେ ନାହଁ ତୁମେ,
କେମିତି ହଜିଲା କାହିଁକି ହଜିଲା
ସ୍ଵପ୍ନ ଯେତେ ଥିଲା ମନେ ।।
ଭାଗ୍ୟରେ ନଥିଲା କାହିଁକି ଆସିଲା
ଏତେ ସ୍ଵପ୍ନ ମନେ ମୋର,
ମେଘୁଆ ସଞ୍ଜଟି ଚାଲିଗଲା ଯେବେ
ଆଣିଦେଲା ଅନ୍ଧକାର ।।
ଜଗତସିଂହପୁର, ଓଡିଶା
VOL.IX, ISSUE.IV, APRIL-2025
Published By Banamallira Mahak