ଶୀର୍ଷକ : ପ୍ରେମେ ପ୍ରାଚୀର | |
ବିଷୟ : | ସ୍ମୃତି ସୀମାନ୍ତର ଆର ପାରେ ସାଥୀ । ପ୍ରୀତିର ଅଲିଭା ରେଖା । ତୁମ ଠାରୁ ମୋତେ ଦୂରେଇ ଦେଲା ସେ। ଟାଣି ଏକ ସୀମାରେଖା ।0। ସେ ପାଖରେ ହସେ ଫୁଲ ଫଗୁଣର ସପନ ସଜଡା ରାତି। ଏପାଖରେ ଝରେ ଲୁହର ଶ୍ରାବଣୀ ଛାତି ତଳେ ବଢେ ତାତି। ତମେ ସେ\'ପାରିରେ କାଳିମା ରାତିଟେ ଏପାରେ ମୁଁ ନୀଳକଇଁ । ତମେ କାତଛଡା ଘାଟର ନାଉରୀ ମୁଁ ଏକ ଉଛୁଳା ନଈ । ମୁଁ ପାରୁନି ଛୁଇଁ ତମ ଦେହ ଛାଈ । ଦେଖାଥ ଦୂରର କଥା । ଯୁଗ ଯୁଗ ପାଇଁ କିମ୍ବଦନ୍ତୀ ହୋଇ ରହିବ ଆମରି କଥା (୧) ତମେ ଚାହଁ ମତେ ମୁଁ ତମକୁ ଚାହେଁ ନିଜର କରିବା ପାଇଁ। ପ୍ରେମ ତ ପବିତ୍ର ଶୁଦ୍ଧ ପୂତ ନିତ୍ଯ ଚିର ଶାଶ୍ଵତ ହୋଇ । ଅନ୍ଧ ଏ ସମାଜ ଦେଖି ପାରେ ନାହିଁ ସହଜେ ପାରେନା ସହି। ଆମ ଆଗେ ଅଛି ବିଭେଦ ପାଚେରୀ କେମିତି ପାରିବା ଡେଇଁ। ପାରିବାନି ଆଉ ମିଶି ଏ ଜୀବନେ ଆର ଜନମକୁ ଦେଖା (୨) |
ବିଭାଗ : | କବିତା |
ଲେଖକଙ୍କ ନାମ : | ଗଗନ ବିହାରୀ ନାୟକ |
ଠିକଣା : | ବିଡିଏ ଚନ୍ଦ୍ରଶେଖରପୁର ଭୁବନେଶ୍ବର ଓଡ଼ିଶା India |
ଫୋନ : | 720-529-3857 |
ଇମେଲ : | gaganbihari1966@gmail.com |
- ମୂଳପୃଷ୍ଠା
- ପୂର୍ବ ପ୍ରକାଶିତ
- _କବିତା
- _କ୍ଷୁଦ୍ରଗଳ୍ପ
- _ପ୍ରବନ୍ଧ
- _ରମ୍ୟ ରଚନା
- _ପୁରାଣ କଥା
- _ଶିଶୁ ସାହିତ୍ୟ
- __ଛବିଟିକୁ ଗୀତଟିଏ
- __ଶିଶୁଗଳ୍ପ
- __ଶିଶୁ କବିତା
- __ପଞ୍ଚତନ୍ତ୍ର କାହାଣୀ
- _ବହିପତ୍ର
- __ବଣମଲ୍ଲୀ ଇ-ବୁକ
- __ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
- __କବିତା କଲ୍ଲୋଳିନୀ
- __ଲାବଣ୍ୟବତୀ
- __ବୈଦେହୀଶ ବିଳାସ
- __ରସକଲ୍ଲୋଳ
- __ମନବୋଧ ଚଉତିଶା
- __କିଶୋର ଚନ୍ଦ୍ରାନନ ଚମ୍ପୁ
- __ତପସ୍ଵିନୀ
- __ସାରଳା ମହାଭାରତ
- ବହି ଓ ପତ୍ରିକା
- ୱେବ ରେଡିଓ
- ଇଭେଣ୍ଟ
- ସାହିତ୍ୟ ସଂସ୍କୃତି ଖବର
- ପୂର୍ବ ସଂସ୍କରଣ
- ନୂତନ ସଂସ୍କରଣ
0 Comments
You can write now your valuable comments here. Off-topic comments may be removed or deleted without prior notice.