କାହିଁଗଲ ଆହେ ମାର୍ଗଦର୍ଶକ
କାହିଁଗଲ କାହିଁଗଲ..?
ଏ ଜଡ଼ ସମାଜେ ଭବ୍ୟଚେତନା
ଥରୁଟିଏ ଘେନିଆଣ...(1)
ସହ୍ୟ ନହୁଏ ଅପକର୍ମ ଯେତେ
ଅଲୋଡ଼ା ଦତ୍ତ ନିୟମ !
ଅନ୍ୟାୟ ଏ ତୁମ ରାମରାଇଜେ
ଆବିର୍ଭାବ ଦଶାନନ !
ଅନ୍ଧବିଶ୍ୱାସର ପ୍ରଖର ସୁଏ 
ଆଶାଯେତେ ଭାସିଯାଏ 
କୁସଂସ୍କାରମୟ ଗଗନତୀରେ
ପ୍ରାଣବାୟୁ ଉଡ଼ିଯାଏ
କାହିଁଗଲ ଆହେ ସଂସାର ନାର୍ଜୀ 
କାହିଁଗଲ କାହିଁଗଲ..?
ଅଗମ୍ୟ ଯେ ଏଇ ଭବ ସଂସାରୁ
ପାରିକର ପାରିକର...(1)
ସମୟସୁଏ ଆସିବ ଫେରିକି
ଥରୁଟିଏ  ମୁକଧାମେ
କେମିତି କଟୁଛି ଏ ଦିନଦଣ୍ଡ
ଜାତି-ଧର୍ମ ର ବୈଷମ୍ୟେ
ସବୁରିଆଡେ ହାହାକାର ପରା
କୋହଭରା ଅନାହାର
ମୂଲ୍ୟହୀନ ଏଇ ସମ୍ବିଧାନ ଯେ
ହିତଟିକେ ନାହିଁକାର 
କାହିଁଗଲ ହେ ତିମିରଵିଧ୍ଵଂଶୀ
କାହିଁଗଲ କାହିଁଗଲ..?
ତିମିରିତ ଏଇ ରୁଦ୍ଧତଦ୍ୱାରେ
ଶୁଭ୍ରସୌର ଭରିଦିଅ ... (1)
ଲିଭେଇ ଦିଅହେ ଅଦେଖା ମୁନେ 
ପୋଛିଦିଅ ଜାତି-ଭେଦ 
ହିନ୍ଦୁ, ଜୈନ, ଖ୍ରୀଷ୍ଟ, ମୁସଲମାନ
ଯୋଡିଦିଅ ଜାତି-ଧର୍ମ 
ଶକ୍ତ କରିଦିଅ ଯୁବ ସମାଜ
କରିଦିଅ କର୍ମବାନ
କାହିଁଗଲ ଆହେ ଜାତିପ୍ରଣେତା
କାହିଁଗଲ କାହିଁଗଲ..?
ନବ ଉନ୍ମାଦନା ଭରି ଯେ ମନେ
ଜାତି-ଭେଦ ଦୂରକର.....

ରାକେଶ ସାହୁ, ବର୍ତ୍ତିନୀ, ପୋଲସରା, ଗଞ୍ଜାମ  l