
ହେ ପ୍ରଭୁ କଳାଶ୍ରୀମୁଖ
ଆସ ଆସ ରେ ମିତ
ଆସ ମୋ ସହି ସଙ୍ଗାତ
ଖୋଲିଲା ସିଂହ ଦୁଆର ମନେ ଆନନ୍ଦ ଜୁଆର
ଦରଶନେ ଚକାଡୋଳା ପରାଣ ହୋଇବ ତୃପ୍ତ ।।୦।
ବିତିଗଲା କେତେ ଦିନ
ଦେଖିନି ଚକାନୟନ
ଚିତ୍ତ ହେଉଛି ଉଚ୍ଛନ୍ନ ବ୍ଯାକୁଳିତ ଏ ଜୀବନ
ଗରୁଡ଼ ସ୍ତମ୍ଭ କୁଣ୍ଢେଇ ଦେଖନ୍ତି ଜଗତ ନାଥ ।।୧ ।
ଲାଗିଛି ଭକତ ଧାଡ଼ି
ଆଗକୁ ନହେବ ମାଡ଼ି
ଶୃଙ୍ଖଳିତ ଦରଶନ ବିଳମ୍ବେ କି ପ୍ରୟୋଜନ
ଚାହିଁ ଦେଖ ଦିଶିଲାଣି ପତିତପାବନ ନେତ ।।୨।
ହେ ପ୍ରଭୁ କଳାଶ୍ରୀମୁଖ
ନିରକ୍ଷ ଜନଙ୍କୁ ରଖ
ଶରଣ ପଶୁଛୁ ହରି ଢାଳିଦିଅ କୃପା ବାରି
ମୁଖେ ଥିବ ନାମ ତୁମ ଯେବେ ମୋ ହୋଇବ ଅନ୍ତ ।।୩।